ଗଣତନ୍ତ୍ର ଦିବସ
ଗଣତନ୍ତ୍ର ଦିବସ
ଜାନୁଆରୀ ମାସ ଛବିଶ ତାରିଖ
ଆମ ଗଣତନ୍ତ୍ର ଦିବସ
ହସ ଉଲ୍ଲାସରେ ପାଳୁଅଛୁ ଆମେ
ଏହାକୁ ପ୍ରତ୍ଯେକ ବରଷ ।
ଭାରତ ମାତାର ସନ୍ତାନ ଆମେରେ
ହୋଇଅଛୁ ଆମେ ସ୍ବାଧୀନ
ବିଦେଶୀ ଶକ୍ତିକୁ ଆଉ ଭୟନାହିଁ
ନାହୁଁତ ଆମେ ପରାଧିନ ।
ଜ୍ଞାନ ଓ ବିଜ୍ଞାନ ବୈଷୟିକ ଜ୍ଞାନ
ସବୁ ଏବେ ଆମ ଅଧିନ
ସାରା ବିଶ୍ବେ ଆଜି ଉଡୁଅଛି ଆମ
ବିଜୟ ତ୍ରିରଙ୍ଗା କେତନ ।
ହଟିଛି ଅଶିକ୍ଷା ହଟିଛି ଗୋଲାମି
ହଟିବ ତ ଦୁଃଖ ଦୁର୍ଦ୍ଦଶା
ଶତ୍ରୁ ନାଲି ଆଖି ଦେଖି ଆମେ କେବେ
ହେବୁ ନାହିଁ ଆଉ ହତାଶା ।
ପୂରୁବ ଗୌରବ ପୂରୁବ ମହିମା
ଫେରାଇବୁ କରି ଶପଥ
ଆମ ମାଆ ତ ହେବ ବିଶ୍ବର ଗୁରୁ
ଏକଥା ଘଟିବ ନିଶ୍ଚିତ ।
ଯୁଗକ୍ରାନ୍ତିର ସନ୍ଧିକ୍ଷଣରେ ଆମେ
ହୋଇଛୁ ଆଜି ଉପନୀତ
ଅଳପ ଦିନରେ ମାଆତ ଆମର
ହୋଇବ ଅଖଣ୍ଡ ଭାରତ ।
ସାରା ଦୁନିଆରେ ହୋଇଅଛି ଗଣା
ଆମ ଦେଶର ସମ୍ବିଧାନ
ପ୍ରଥମ ସ୍ଥାନଟି ମିଳିଅଛି ପୁଣି
ହୋଇଛୁ ଆମେ ସ୍ବାଧୀନ ।
