STORYMIRROR

PRABHAT KUMAR MALLICK

Comedy

3  

PRABHAT KUMAR MALLICK

Comedy

ମୁଁ ନେତା

ମୁଁ ନେତା

1 min
152

ମୁଁ ନେତା ଭାଇ ରାଜନେତା 

ପିନ୍ଧିବାକୁ ମୋତେ, ଭଲ ଲାଗିଥାଏ 

ଚୁଡଦାର୍ ସଙ୍ଗେ ଲମ୍ବା କୁର୍ତ୍ତା । 

ଅତି ସଉକରେ ପୋଷିଅଛି ମୁହିଁ

ଦୁଇଟା ବିଦେଶୀ କଳା କୁତା ।

ମୁଁ ନେତା...।।


   ମୋ ଚାରିପାଖେ ସବୁ ସମୟରେ 

   ଥାଆନ୍ତି, ଗଣ୍ଡାଏ ଛଅଟା କୁଜିନେତା

   ମୁଁ ତାକୁ ଭଲପାଏ ,ମୋ ଆଗରେ ଯିଏ 

   କଥା କହେ ହାତଯୋଡି, ଆଉ ନଇଁ ମଥା ।

   ମୁଁ ନେତା...।।


ମାଛ ମାଂସ ମଦ ଖାଇ ଖାଇ ପାଟି 

ଅରୁଚି ହେଲାଣି, ଲାଗେ ପିତା ପିତା 

ମିଠା ମିଠି କଥା କିଏସେ ପଚାରେ 

ଦେଶଧନ ଖାଇବାକୁ, ମୋର ଭାରି ଚିନ୍ତା ।

ମୁଁ ନେତା...।।


   ଘର ପାଇଖାନା ରାସ୍ତାଘାଟ ସଙ୍ଗେ 

   ଖାଇଥାଏ ମୁହିଁ ,ଗରିବ ଗୁରୁବା ଟଙ୍କା ଭତ୍ତା 

   ପୁଞ୍ଜି ବଢ଼ାଉଛି ସାତ ପୁରୁଷକୁ 

   ପି.ସି. ଅଟେ ମୋର ମୁଖ୍ଯ ରାସ୍ତା ।

   ମୁଁ ନେତା...।।


ଦଳରୁ କେମିତି ଟିକେଟ୍ ପାଇବି 

ସେଥିପାଇଁ ମୋର ମୁଣ୍ଡ ବ୍ୟଥା 

ବିଧାୟକ ଅବା ସାଂସଦ ହେଲେ ମୁଁ

ଜୀବନ ଯାକର ଯିବ ସବୁ ଚିନ୍ତା ।

ମୁଁ ନେତା... ।।


   ଥରୁଟେ ଜିତିଲେ ସାରା ଜୀବନକୁ

   ସରକାର ଦେବେ ପେନସନ୍ ଭତ୍ତା 

   ନେଇ ନେଇ ମୋର ଜୀବନଟା ଯିବ

   କେବେ ଦେବିନି କାହାକୁ ଖଣ୍ଡେ ସୂତା ।

   ମୁଁ ନେତା...।।


ଭୋଟ୍ ଆସିଗଲେ ନିଦ ହେବନାହିଁ 

ପଡିବନି ମୋର ଆଖିପତା 

ଯାହାକୁ ଯେମିତି କଥାଦେଇ ମୁହିଁ 

ବନେଇବି ଧରମ ମାତା ପିତା 

ମୁଁ ନେତା... ।।


   ଭୋଟ୍ ଗଣ୍ଡାକ ହାତେଇବା ପାଇଁ

   ଖଟେଇବି ମୋର ସବୁ ବୁଦ୍ଧି ପନ୍ଥା 

   ନିର୍ବାଚନ ଗଲେ ମୋ କାମ ସରିବ 

   କେହି ପାଇବେନି ମୋର ପତ୍ତା ।

   ମୁଁ ନେତା... ।।


ପାଞ୍ଚବର୍ଷ ଯାଏ ବୁଲିବି ମଜ୍ଜାରେ 

ଖାଲି ଫୋନରେ କରିବି କଥାବାର୍ତ୍ତା 

ଭଲକାମ କିଛି ହେଉକି ନହେଉ

ଖାଲି ଶୁଭ ଦେବି କାଟି ନାଲିଫିତା ।

ମୁଁ ନେତା... ।।


   ଇନକମ୍ ଟେକ୍ସ ଦେଶକୁ ନଦେଇ 

   ବିଦେଶେ ରଖିବି ଟଙ୍କା ବସ୍ତା ବସ୍ତା 

   ପୁଅ ଝିଅ ମୋର ବିଦେଶେ ପଢିବେ 

   ବୁଡିଯାଉ ଦେଶ ଶିକ୍ଷା ସଂସ୍ଥା ।

   ମୁଁ ନେତା... ।।


ଧର୍ମପତ୍ନୀଟିଏ ଘରେ ଥିବ ମୋର କିନ୍ତୁ 

ବାହାରେ ପ୍ରେମିକା ବୁଝିବ ସବୁ କଥା 

ଯୋଗ୍ୟତା ମୋହର ଥାଉକି ନଥାଉ 

ସମସ୍ତଙ୍କୁ ଜଣା ମୋ ଦକ୍ଷତା ।

ଦିନେ ମୁଁ ହେବି ବଡ ରାଜନେତା 

ମୁଁ ନେତା ଭାଇ ରାଜନେତା ।।



Rate this content
Log in

Similar oriya poem from Comedy