Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sukanti Hotta

Inspirational

3  

Sukanti Hotta

Inspirational

ସାଧବ ବୋହୂ

ସାଧବ ବୋହୂ

1 min
6.8K


ସୁନାନାକୀ ମୋର ବୋହୂ ଟି,

ବୋହୂ ନୁହେଁ ମୋର ସୁନା ପ୍ରତିମାଟି

ଖଟରେ ବସେଇ ରଖିଛି ।

ଲକ୍ଷ୍ମୀ ପ୍ରତିମାଟି ପାଇଛି,

ନିତି ସକାଳେ ତା ମନ ପସନ୍ଦର

ଖିରି, ସରପୁଳି ଦଉଛି ।

ବଡ ସଜେଇ ଓଳେଇ ଗାଇଟି,

ଘର ଘର ନିତି ବୁଲୁଛି

ସ୍ନୋ, ପାଉଡର ବୋଳୁଛି ।

ଟାଣ କରି ପଦେ କହିଦେଲେ ତାକୁ,

ମୋତେ ସେ ଧମକ ଦଉଛି

ବାପ ଘର ଯିବି କହୁଛି ।

ସରସ୍ବତୀ ପରି ପାଇଛି ବୋହୂ ଟି,

ନିତି ନିତି ଟିଭି ଦେଖୁଛି

ଖଟରେ ବସୀସେ ଖାଉଛି ।

ବିନା ଆମିଷରେ ଆହାର ରୁଚେନି,

ଘଡି ଘଡିକେସେ ଖାଉଛି

ପାର୍ବତୀ ବୋହୂଟେ ପାଇଛି ।

କଥା କଥାକେ ହାତ ଉଠାଏ ସେ

କୋର୍ଟ ଧମକ ଦଉଚି

କାଳ ଭୈରବୀଟେ ପାଇଛି ।

କେତେ ଜନମର ସୁକୃତ ବଳରୁ,

ବୋହୂ ପରି ବୋହୂ ପାଇଛି

ଏ ଆଖିର ଲୁହ ସେ ଆଖିରେ ପୋଛି ଦଉଛି ।

ସୁକାନ୍ତି ହୋତା


Rate this content
Log in