STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ

1 min
305

ସତ୍ୟ ଅହିଂସାର ବଳେ 

  ଲୁହ ଲହୁ ଢାଳି କେତେ 

     ବାପୁ କଲେ ଏ ଦେଶକୁ 

        ପରାଧୀନତାରୁ ସ୍ଵାଧୀନ ।


ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ

   ବିଭିନ୍ନତା ମଧ୍ୟରେ ଏକତା 

      ଆଣିବାକୁ ଗଢାହେଲା 

          ଏକ ନୂଆ ସମ୍ବିଧାନ। 


ଊଣାଇଶ ପଚାଶ ମସିହା 

  ଜାନୁୟାରୀ ଛବିଶ ତାରିଖରୁ 

    ସାରା ଭାରତ ବର୍ଷେ ତାହା 

      ହୋଇ ଚାଲିଛି କାର୍ଯ୍ୟକାରୀ ।


ରଖିବାକୁ ଏ ସ୍ଵତନ୍ତ୍ରତା 

  ଅଖଣ୍ଡ ସାର୍ବଭୌମତ୍ଵ ରାଷ୍ଟ୍ର 

   ଭାରତର ସମଗ୍ର ଦେଶବାସୀ 

      ଚାଲିଛନ୍ତି ସବୁ ପାଳନ କରି।


ସ୍ଵାଧୀନତାର ପଚ଼ସ୍ତରୀ ବର୍ଷ 

 ହୋଇଥିଲେ ବି ଅତିବାହିତ 

  ସମସ୍ୟା ହେଉନାହିଁ ସମାଧାନ 

   ଦେଶବାସୀ ଦୁଃଖେ ବିତାନ୍ତି ଦିନ ।


ହୁଏ ଚୋରୀ ହତ୍ୟା ଲୁଣ୍ଠନ 

  ନାରୀ ଅତ୍ୟାଚାର ଭୃଣହତ୍ୟା 

   ଦୁର୍ନୀତି ଶୋଷଣ କଳାବଜାରୀ 

     ଉତ୍ପୀଡ଼ନର ହୁଏନା ଅବସାନ। 


କିଏ କାହାକୁ ଦିଏ ଦୋଷ 

  ଏଥି ପାଇଁ କରେ ଦାୟୀ 

    ଚାଲେ ଗଣ୍ଡଗୋଳ ଲଢେଇ 

     ଦେଶେ ଅଶାନ୍ତି ଦିଅନ୍ତି ଆଣି ।


ବୁଝାଇଲେ ବୁଝୁଛି କିଏ 

 ନେତା ଜନତା ନିଜ ସ୍ବାର୍ଥେ 

   କଥା ଓ କାମରେ ନାହିଁ ମେଳ 

    ବୁଝି ବି କରନ୍ତି ସବୁ ଜାଣି ଜାଣି। 


ଭାଷଣରେ କୁହା ହୁଏ

 ନୀତି ଆଦର୍ଶର ବହୁତ କଥା 

    ଗତାନୁଗତିକ ବିଧି ବିଧାନେ

       ଉଡାଇ ଜାତୀୟ ପତାକା ।


କଥା ଦେଇ କଥା ରଖିବା 

  କାମ କରି ଯଶ ବଢାଇବା 

   ବଞ୍ଚାଇ ଦେଶର ଗଉରବ 

     ହେବା ଜଣେ ଜଣେ ତାରକା। 


ସଭିଏଁ ନ ହେଲେ ଏକ 

 ମନେପ୍ରାଣେ ଦେଶର ରକ୍ଷକ 

   ବଦଳିବନି କେବେ ପରିସ୍ଥିତି 

    ଏସବୁ ଚାଲିଛି ଚାଲିଥିବ ଏମିତି ।


ଛାଡି ବ୍ୟକ୍ତିଗତ ସ୍ଵାର୍ଥ ସ୍ବର୍ବସ୍ଵ 

 ସମୂହ କଲ୍ୟାଣେ ହେଲେ ରତ 

   ରଖିବାକୁ ମାତୃଭୂମିର ଟେକ 

      ଆସିବ ଶାନ୍ତି ମିଳିବ ମୁକତି। ।


Rate this content
Log in

Similar oriya poem from Abstract