STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ସାବିତ୍ରୀଙ୍କୁ ପ୍ରଶ୍ନ

ସାବିତ୍ରୀଙ୍କୁ ପ୍ରଶ୍ନ

1 min
156


ସହଜିଆ ପ୍ରଶ୍ନ କଳିଯୁଗ ସାବିତ୍ରୀଙ୍କୁ

ସାବିତ୍ରୀ ବ୍ରତ ପରୀକ୍ଷା ଉତ୍ତୀର୍ଣ୍ଣ ହେବାକୁ 

ଦାରୁପିଆ‌ ସତ୍ୟବାନ ଯଦିପାଇଅଛ,

କିପରି ତାହାଙ୍କୁ ଆଜି ପୂଜିବଭାବିଛ?

ଶାଢ଼ୀ ଚୁଡ଼ି ପାଇଁ ଖର୍ଚ୍ଚ ଦେଇତ ନଥିବ,

ସେହିପ‌ଇସାରେ ବରଂମଦ ପିଇଥିବ।

ତୁମେଯଦିବାପାଭାଇଙ୍କର‌ ପ‌ଇସାରେ

ଗେରସ୍ତ ପୂଜିବା‌ ପାଇଁ ଆଣିଛ ଶ୍ରଦ୍ଧାରେ

ସକାଳୁ ଗାଧୋଇ ସ୍ଵାମୀ ବାଟ ଚାହିଁଅଛ

ଉପାସ ଭୋକରେ‌ ଦ‌ଅଁଗଞ୍ଜ ହେଉଅଛ

ଦିନ ଦିପହରେ ଯଦି ଢଳିଢଳି ଆସେ,

ଅଶ୍ରବ୍ଯ ଗାଳିଗୁଲଜ ଯଦି ସିଏ ଭାଷେ।

ତୁମେକି ତା'ହାତଧରି

       ଭିତରକୁ ନେବ,

ନା,ପାଦ ଧୋଇଦେଇ ପୂଜା

       ଅର୍ଚ୍ଚନା କରିବ?

ଯଦି ମନକୁ ବୁଝେଇ

        ତା'ପୂଜା କରିବ,

ସେ ଯଦି ତୁମକୁ ନାନା

        ଭର୍ତ୍ସନା କରିବ।

ଏସମୟେ କିଉପାୟ

        କରିବ ହେ କୁହ,

 ଭାବି ଚିନ୍ତି ହେ ସାବିତ୍ରୀ

        ଉତ୍ତରଟି ଦିଅ।


ନିମ୍ନରେ ଉତ୍ତର ଦେଖ

        ଲେଖା ହୋଇଅଛି,

ସେ ଉପାୟ ଶୀଘ୍ର କର

        ପାଶ୍ ହେବ ଯଦି।

ଧୂପଦୀପ ବଦଳରେ

         ଝାଡ଼ୁ ଟିଏ ଧର,

ଡେରି ନକରି ଲଗାଅ

         ନିର୍ଧୂମ‌ ପାହାର।

ବେଲଣାକାଠିର ସେକା

        ନ‌ଇବେଦ୍ଯ‌ ଦିଅ,

ନିଶା ଛାଡ଼ିବା ପର୍ଯ୍ୟନ୍ତ

        କର ଏ ଉପାୟ।

ଏ ଓଷଦ‌ ଦିଅ ନାନୀ  

        ନିଶା ଛାଡ଼ି ଯିବ,

ନହେଲେ ଗରମ ପାଣି

       ମୁହେଁ ତା' ଛାଟିବ।

ସାବିତ୍ରୀ ବ୍ରତରୁ ଏହା

       ସାତଦିନ ଯାଏ,

ଏବିଧି କଲେ ସୁଫଳ

        ମିଳିବ ନିଶ୍ଚୟେ।

ଯମଠାରୁ ତା' ଆୟୂଷ

       ଛଡେଇ ପାରିବ,

ନହେଲେ ବିଧବା ଭତ୍ତା  

        ଶୀଘ୍ର ହେ ପାଇବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy