STORYMIRROR

Satyaprakash Sethy, M. A(UGC NET)

Thriller Others

3  

Satyaprakash Sethy, M. A(UGC NET)

Thriller Others

ସାବିତ୍ରୀ

ସାବିତ୍ରୀ

1 min
11.6K

ପତି ସୁହାଗିନୀ ପତି ପରାୟଣା

ରଖଇ ସାବିତ୍ରୀ ବ୍ରତ 

ଫଳ ମୂଳ ଖାଇ ନୂଆ ଶାଢୀ ପିନ୍ଧି

ହେଉଛୁ କେତେ ଯେ ମତ୍ତ । ।


ସିମନ୍ତେ ସିନ୍ଦୁର ସଦା ଶୋଭା ପାଉ

ପତି ଶୁଖ ମିଳୁ ଥାଉ

ମଶାଣି କୋକେଇ ଉଠି ଯାଉ ତୋର

ପତି ବଞ୍ଚି ଥାଉ ଥାଉ।।


ମୁଇଁ କିନ୍ତୁ ପରା ପାରୁନି ତ ଦେଇ

ଏମିତିକା ବରଦାନ

ଯେଣୁ ପତ୍ନୀ ଧର୍ମ ପାଳି ଆସୁ ଅଛି

ପତ୍ନୀ ସଙ୍ଗେ ମୋର ମନ।।


ବୋହି ନେଉଥିଲେ ସଂସାର ତରୀ ଯେ

ଏକା ସଙ୍ଗେ ଆମେ ବାହି

ଏକା ଏକା ମୁହିଁ କେମିତି ନେବି ଲୋ

ତୋତେ ଛାଡି ଆର ପାରି।।


ଗଲେ ଆମେ ଯିବା ଆଗ ପଛ ହୋଇ

ଏକା ସଙ୍ଗେ ଅବା ଚାଲି

ହେଲେ ପିଛେ ରଖି ମୋତେ ଏଠି ଛାଡି

ପାରିବନି ଆଗ ଯାଇ।।


ଆଜିର ଦିବସେ କେଉଁ ବର ଦେବି

ପାରୁନି ମୁଁ କିଛି ବୁଝି

ତେଣୁ କଥା ଦିଅ ଛାଡିବନି ସାଥୀ

ସଙ୍ଗେ ଯିବା ରଣ ଯୁଝି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller