ସାବଧାନ
ସାବଧାନ
ପୁଷ୍ପର ବାହ୍ଯ ସୁନ୍ଦର,
ଗଢଣ ତା' ଚମତ୍କାର ।
ରଙ୍ଗ ପୁଷ୍ପକୁ କରନି ଆଦର,
ନଥାଏ ସୁଗନ୍ଧ ପୁଷ୍ପ ଶରୀର ।
ଥିବ ଭଲ ଚାଲି ଢଙ୍ଗ,
ଯୌବନର ରୂପ ରଙ୍ଗ ।
ଯୌବନର ଗୁଣ ପରୀକ୍ଷା କର,
ଥିଲେ କୁଗୁଣ କେବେ ନ ଆଦର ।
ବାହ୍ଯ ରଙ୍ଗ ଚାକଚକ୍ଯ,
ଅଭ୍ଯନ୍ତର ଖଳଲକ୍ଷ୍ଯ ।
ପୁସ୍ତକ କିଣନି ମଲାଟ ଦେଖି,
ଭିତରକୁ ବାରେ ନିଅ ପରଖି ।
ମନରେ ଛନ୍ଦ କପଟ,
ବିଷାକ୍ତ ହୃଦୟପଟ ।
ବେଶି ମିଳାମିଶା କଳି ଯୁଗରେ,
ସବୁଠୁ ଖରାପ ବୁଝ ଅନ୍ତରେ ।
