STORYMIRROR

Dillip Kumar Mandal

Romance

4.3  

Dillip Kumar Mandal

Romance

ସ୍ୱପ୍ନର ନାୟିକା

ସ୍ୱପ୍ନର ନାୟିକା

1 min
380


ସ୍ୱପ୍ନର ନାୟିକା ପ୍ରେମର ପ୍ରେମିକା

କୋଉଁଠି ଗୋ ତୁମେ ଜାଣେନା

ସପନରେ ଯେବେ ତୁମ ଛବି ଦେଖେ

ମନ ଖୋଜେ ତୁମ ଠିକଣା

ତୁମ କଥା ଭାବି ନୀତି ନୀତି ପ୍ରିୟା

ଦେଖୁଛି ନୂଆ ସପନ

ସେଇ ସପନରେ ତୁମ ଅଛ ସାଥି

ଦେବାକୁ ତୁମରି ମନ

ରାତି ପାହିଗଲେ ସପନ ଭାଙ୍ଗିଲେ

ଲାଗେ ଭାରି ଏକା ଏକା

ସ୍ବପ୍ନର ନାୟିକା ପ୍ରେମର ପ୍ରେମିକା ।।

ଆସ ଗୋ ରୂପସୀ ସବାରିରେ ବସି

ଆଉ ବିଳମ୍ବ ନ କରି

ବିଳମ୍ବ କରିଲେ ଆଉ କିଏ କାଳେ

ମନ କରିନେବ ଚୋରି

ହୃଦୟରେ ମୋର ତୋଳିଛି ମୁଁ ଘର

ତୁମକୁ ରଖିବା ପାଇଁ

ମନର ମାନସୀ ପ୍ରିୟର ପ୍ରେୟସୀ

ବାଟକୁ ବସିଛି ଚାହିଁ

ବୋଳି ଦେଲ ମନେ ପ୍ରେମର ଅବିର

ସବୁ ରଙ୍ଗ ଲାଗେ ଫିକା

ସ୍ୱପ୍ନର ନାୟିକା ପ୍ରେମର ପ୍ରେମିକା ।।

ମେଘ ଲେଉଟିଲେ ଉଜୁଡ଼ା ଫସଲେ

ଦେଇକି ପାରିବ ଫଳ

ଆସ ଆସ ସୁନା ମୋ ନୀଳ ନୟନା

ଗଡି ଯାଉଛି ଏ ବେଳ ।।

ସପନରେ ଆସି ମୋ ପାଖରେ ବସି

କହୁଛ କଥା ପ୍ରେମର

ନାଲି ଓଠ ତୁମ ଫୁଲର ପାଖୁଡ଼ା

ମୁଁ ଅଟେ ତାର ଭ୍ରମର

ସପନରେ ସିନା ନୀତି ଆସୁଅଛ

ବାସ୍ତବରେ ମରୀଚିକା

ସ୍ୱପ୍ନର ନାୟିକା ପ୍ରେମର ପ୍ରେମିକା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance