STORYMIRROR

Pratibha Priyadarshini

Inspirational

5.0  

Pratibha Priyadarshini

Inspirational

ସ୍ୱଚ୍ଛତା

ସ୍ୱଚ୍ଛତା

1 min
13.4K


ଯେତେ ଧର୍ମ, ପନ୍ଥ ଅବା ମତବାଦ

ସର୍ବତ୍ର ଅନୁସୃତ ଏକହିଁ ପ୍ରବାଦ

ଈଶ୍ଵର ପୂଜନ ଅବା ଆରାଧନା ପାଇଁ

ଘର-ଦ୍ଵାର, ପୂଜା-ପ୍ରାର୍ଥନାର ସ୍ଥାନ

ନୀତିକାନ୍ତି ଠୁ ଅଧିକ ସ୍ଵଚ୍ଛତାର ମାନ।

ପରିଷ୍କାର ରଖିଥାଉ ଆମେ ନିଜ ଘର

କବାଟ ବାହାର ଚିନ୍ତା ନଥାଏ କାହାର

ଫିଙ୍ଗିଦେଇ ନିଜ ଆବର୍ଜନା ଇତଃସ୍ତତ

ପରିଚ୍ଛନ୍ନତାର ଦ୍ଵାହିଦିଏ ପ୍ରତିଏକ ନର

ଆଚରୁଥାନ୍ତି ଯେତେ ମିଥ୍ୟା ବ୍ୟବହାର।

କେବଳ ଭାଷଣ, ବକ୍ତବ୍ୟ ଅବା ବାଧ୍ୟବାଧକତା

ସଫଳ କରିନପାରେ ପରିଷ୍କାର ପରିବେଶ କଥା

ପ୍ରତିଟି ମାନବ ଦେଉ ନିଜ ପୂର୍ଣ୍ଣ ଅବଦାନ,

ସ୍ଥୁଳ ସ୍ଵଚ୍ଛତା ସହିତ ସ୍ଵଚ୍ଛତା କର୍ମର

ସ୍ଵଚ୍ଛ ହେଉ ମନୁଷ୍ୟର ବିଚାର-ବେଭାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational