Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Inspirational

3  

Ranjan Kumar Brahma

Inspirational

ସ୍ୱାଧୀନତା ଦିବସ

ସ୍ୱାଧୀନତା ଦିବସ

1 min
74



ବିଦେଶୀ ଶାସନ ହଟି ଅଛି ସତ

ମନୋଭାବ ହଟି ନାହିଁ ।

ପୁରବ କଥାକୁ ମନୁ ନ ପାଶୋରି

ଦିବସକୁ ପାଳୁଥାଇ ।।


ଦେଶପାଇଁ ଯିଏ ଜୀବନ ଦେଇଛି

ତା ଫଟୋରେ ଦିଏ ପୁଷ୍ପ ।

ଗାଁ ଗଳି କଥା ଆଜି ଯେ ଭାବୁଅଛି

ତା ପିଠିରେ ବିଦେଶୀ ବେତ ।।


"ସମ୍ମାନ କରିବୁ" ଖୋଜି ବୁଲୁ ଅଛି

ସଂଗ୍ରାମୀ କୋଉଠି ଅଛି ?

ଗାଁ ଗାନ୍ଧୀ କହି ସେପରି ଲୋକଙ୍କୁ

ଉପହସେ କନ୍ଦାଉଛି ।।


ଆମେ ଏକ ଆମଦେଶ ଏକ ପୁଣି

ଅମେରେ ଭଉଣୀ ଭାଇ ।

ପତାକା ତଳର ସୁନ୍ଦର ଭାଷଣ

ଦୀର୍ଘାୟୁ ଆଦଉ ନାହିଁ ।।


ଜାତୀୟତା ଭାବେ ଜାତିକୁ ସମ୍ମାନ

ନ ଦେଇ ପାରିଲେ ମୁହିଁ ।

ସ୍ନେହ ଶ୍ରଦ୍ଧା ପୁଣି ମାନବୀୟ ଗୁଣ

ଚହଟିବ ମୋର ଠେଇଁ ?


ନିଜ କାର୍ତ୍ତବ୍ୟରେ ମନକୁ ଲଗାଇ

ଯେବେ ପର ସାହା ହେବା ।

ମିଳିମିଶି ସର୍ବେ ନିଜ ନିଜ ସ୍ଥାନେ

ସୂର୍ଯ୍ୟ ସମ ଝଲସିବା ।।


ସ୍ୱାଧୀନତା ସ୍ୱାଦ ଆପେ ମିଳିଯିବ

ତିଳେ ନ ରହିବ କଷ୍ଟ ।

ପ୍ରେମ ଭକତିର ଧରାଟି ଛୁଟିବ

କମିବ ଦାୟିତ୍ୱ ନଷ୍ଟ ।।


ଗାନ୍ଧୀ କେବେ ବି ମାନବ ନୁହଁରେ 

ଆମର ସେ ଅଳଙ୍କାର ।

ହୃଦୟ ଭିତରେ ସ୍ଥାନ ଦେଲେ ତାଙ୍କୁ

ଶୋଭେ ରକ୍ତ ମାଂସ ଦିହ ।।


ପ୍ରତିଭା ବିତରେ ସୁଗନ୍ଧ ସୁକୃତ

ହୀନବୁଦ୍ଧି ହାରି ମରେ ।

ଅଗଷ୍ଟ ପନ୍ଦର ସବୁ ବର୍ଷ ପାଳି

ଉଦ୍ଦେଶ୍ୟଠୁ ରହେ ଦୂରେ ।।



  


Rate this content
Log in

Similar oriya poem from Inspirational