STORYMIRROR

Dharitri Das

Children

3  

Dharitri Das

Children

ସ୍ୱାଧୀନତା ଦିବସ

ସ୍ୱାଧୀନତା ଦିବସ

1 min
179


ସ୍ୱାଧୀନ ଦେଶର ସନ୍ତାନ ଆମେରେ

                      ସ୍ୱାଧୀନ ଦେଶର ସନ୍ତାନ

ପ୍ରାଣ ଦାନ ଦେଇ ରଖିବା ଆମେରେ

                      ଦେଶ ମାତୃକାର ମାନ।


ଭାରତରେ ଜନ୍ମ ଆମେ ଭାରତୀୟ

                      ଏକଥା ଭୁଲିବା ନାହିଁରେ

ଗର୍ବର ସହିତ ଉଡ଼ାଇ ତ୍ରିରଙ୍ଗା

                       ଜାତୀୟ ସଙ୍ଗୀତ ଗାଇରେ।


ଆଗକୁ ଆସୁଛି ଅଗଷ୍ଟ ପନ୍ଦର

                        ସଜ ହୋଇଥାଅ ଭାଇରର

ଗଳିକନ୍ଦି ବୁଲି ପତାକା ଉଡାଇ

                     ସ୍ଲୋଗାନକୁ ଦେଇ ଦେଇରେ।


ପାଳିବା ସ୍ବାଧୀନତା ଦିବସ ଆମେ

                        ସଭିଏଁ ଏକତ୍ର ହୋଇରେ

ସଚେତନ ବାର୍ତ୍ତା ପ୍ରଚାର କରିବା

                        କରୋନା ତଡ଼ିବା ପାଇଁରେ।


ଆନ୍ତର୍ଦେଶୀୟ ଶତ୍ରୁଙ୍କୁ ତଡିବାଟି

                        ନିଃସ୍ୱାର୍ଥପର ମାନସରେ

ଦେଶରେ ଶୃଙ୍ଖଳା ରଖିବା ପାଇଁକି

                       ସରବେ ଶପଥ ନେବାରେ।


ପରସ୍ପର ପ୍ରତି ସହାନୁଭୂତିର

                       ହାତକୁ ଦେବା ବଢ଼ାଇରେ

ଭାଇଭଉଣୀର ସମ୍ପର୍କରେ ବାନ୍ଧି

                      ହୋଇ ରହିବା ସମାଜରେ।


ରାମରାଜ୍ୟ ପାଲଟିବ ଆମ ଦେଶ

                       ଏକଥା ହୃଦୟେ ରଖରେ

ଦେଶାତ୍ମବୋଧକ ସଙ୍ଗୀତ ଗାଇବା

                       ସର୍ବଦା ହରଷ ହୋଇରେ।


ଧନୀ ଗରୀବର ଭେଦ ରଖିବାନି

                     ଦୁଃଖୀ ଦୁଃଖ ଦେବା ଟାଳିରେ

ସମତା ରଖିବା ଜାତିଭେଦ ଭୁଲି

                     ଦରିଦ୍ରଙ୍କ କଥା ଭାଳିରେ।


ଆସ ଆସ ଭାଇ ମିଳିମିଶି ଆମେ

                     ମଜ୍ଜି ଜାତୀୟ ସଙ୍ଗୀତରେ

ହସି ହସାଇବା ଦେଶକୁ ଆମର

                      ସଭିଏଁ ମିଳିତ ଭାବରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children