STORYMIRROR

Sunanda Mohanty

Comedy Romance Thriller

4  

Sunanda Mohanty

Comedy Romance Thriller

ରୂପାଗଛ 

ରୂପାଗଛ 

1 min
297


ପ୍ରେମ କବାଟର ଫାଟ ଯୋଗୁଁ ନାଟ 
କିଏ ସ୍ବଛ କିଏ ଅସ୍ୱଛ କି ମୂଳପୋଛ 
ନୀଳକଇଁ ଏବେ କାନ୍ଦୁଛି କୁହୁଳି 
ଜହ୍ନ ଯେଣୁ କହେ ତା ନାଁରେ ମିଛ 
ଗଢେ ବାଲିଘର ତୋଳେ ଜଉଘର 
ଶୁଣି ଜହ୍ନ ମନ କଥା ସତ ନା ମିଛ 
ନୀଳକଇଁ ସିନା ପଢୁଛି ଲେଖୁଛି ପହେଳି 
ଜାଣିପାରୁନି ସେ ଆଗ ନା ପଛ 
ଆଜିଯାଏଁ ତେବେ ସାହିତ୍ୟିକମାନେ 
ମନେ ଦେଖାଇ ଆକାଶକଇଁଆଁ ଚିଲିକାମାଛ 
ନୀଳକଇଁ ତାର ନୀଳ ବିଶ୍ୱାସରେ 
ଭାବିନାହିଁ କେଵେ ନିଜ ସ୍ଥିତି ଆଗ କି ପଛ 
ଶୁଭୁଥିଲା ଜହ୍ନ ଡାକୁଛି ନୀଳକଇଁ କୋଉଠି ଅଛ 
ଏତେ ସତ ମିଛ ଥିଲା ଯଦି ଜହ୍ନ ମନେ 
କିଆଁ ନୀଳକଇଁ କାଟିବ ପୁଛ 
ସବୁ ସେଇ ଜହ୍ନ ପାଇଁ ଜହ୍ନ ରାଣ ଦେଇ 
କେମିତି କହୁଛି ଶହେରୁ ଶହେ ମିଛ 
ନୀଳ କଇଁ ଜାଣେ ଆକାଶରେ ଜହ୍ନ ପରିବାର 
ଜହ୍ନ ନିଜେ ନୀଳକଇଁ ପାଇଁ କରିଛି ତୁଛ 
ଦେହ ଛୁଇଁ ମନ ନେଇ ଦେଇ 
ଏବେ ଏବେ ଯେବେ ପୁନେଇଁ ଉଆଁସେ 
ଉଠ ବସ କହି କହେ କଇଁ ସବା ପଛ 
ଡର କାହାକୁ ଭୟ କାହାକୁ ଇଶ୍ୱର ଅଛନ୍ତି ଚଉବାହାକୁ 
ନୀଳକଇଁ କହେ ନାଆ ପେଲିଦେଲି କଲିକତାକୁ 
ଜହ୍ନ ମନ କଥା ସବୁତ ମିଛ ସେ ନିଜେ ସ୍ୱଛ
କହେ ନୀଳକଇଁ କଣ ପାଇଁ ଅସ୍ୱଛ 
କହିବକି ଥରେ ଦେହ ଛୁଇଁ 
ପୁନେଇଁ ଜହ୍ନଟା ଡହରା ସାଜି ଉଆଁସ ରାତିରେ 
କହେ ଛାଇ ହୋଇଯିବ କାଳେ ଧରାରେ ରୁପାଗଛ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy