Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ରୂପ ଗହନ ରହସ୍ୟର ପ୍ରତିରୂପ

ରୂପ ଗହନ ରହସ୍ୟର ପ୍ରତିରୂପ

1 min
407



ଆଦିଅନ୍ତହୀନ ସ୍ବର୍ଣ୍ଣାଭ ରୂପକାନ୍ତି 

 ଧ୍ବଂସର ପ୍ରମତ୍ତ ତାଣ୍ଡବୁ ମହାମୁକ୍ତି ।

 ରୂପ ଗହନ ରହସ୍ୟର ପ୍ରତିରୂପ

 ସହସ୍ର ଅସମାହିତ ପ୍ରଶ୍ନର ସ୍ତୁପ।

ଅନିର୍ବାଚନୀୟ ଅବର୍ଣ୍ଣ ଅନିର୍ବାଣ 

ଅତଳାନ୍ତକ ତତ୍ତ୍ଵସାର ମହାପୂର୍ଣ୍ଣ ।

ପ୍ରଳୟ ଜଳରେ କେଉଁ ଧ୍ବଂସଲୀଳାରୁ 

ଭାସି ଆସିଲେ ଅଦ୍ଭୁତ ମହାଦାରୁ ।

ନିଜେ ପୁଣି ନିଜକୁ ଗୁପତେ ଗଢିଲେ

ନିଜକୁ ନିଜେ ସିଏ ଦାରୁ ଭୂତ କଲେ ।

ପ୍ରେରଣାର ମହାଉତ୍ସ ମୁକ୍ତିର ମାର୍ଗ

ଚେତନାର ରୂପକାର ଭାବର ସେ ସ୍ବର୍ଗ ।

ଲୀଳାମୟ ସେ ତ ତାଙ୍କ ଲୀଳା ବିଚିତ୍ର

ନିଜେ ଆଙ୍କିଥାନ୍ତି ନିଜ ଚିତ୍ର ଚରିତ୍ର।

ଶୂନ୍ୟ ମହାଶୂନ୍ଯ ଶୂନ୍ୟ ଶୂନ୍ୟ ପୁରୁଷ

ପ୍ରତି ମାସେ ନୂଆ ରୂପ ରଙ୍ଗେ ପ୍ରକାଶ।

ବୈଶାଖ ମାସରେ ପ୍ରଭୁ ମଧୁସୂଦନ

ତ୍ରିବିକ୍ରମ ରୂପ ତାଙ୍କ ଜ୍ୟେଷ୍ଠରେ ଜାଣ ।

ଆଷାଢ଼ରେ ପ୍ରଭୁଙ୍କର ରୂପ ବାମନ

ଶ୍ରୀଧର ରୂପ ପ୍ରଭୁଙ୍କ ହସେ ଶ୍ରାବଣ।

ଭାଦ୍ରବ ମାସରେ ପ୍ରଭୁ ଯେ ହୃଷୀକେଶ

ଆଶ୍ୱିନରେ ପଦ୍ମନାଭ ଶ୍ରୀ ଜଗଦୀଶ।

ଦାମୋଦର କାର୍ତ୍ତିକରେ ଜଗତ ସାଇଁ

ମାର୍ଗଶୀର ମାସରେ ତ କେଶବ ସେହି ।

ପ୍ରଭୁ ଯେ ଶ୍ରୀ ନାରାୟଣ ପୌଷ ମାସେ

ମାଘରେ ମାଧବ ମଧୁ ମଳୟ ହସେ।

ଫାଲ୍ଗୁନ ମାସରେ ପ୍ରଭୁ ଦୋଳଗୋବିନ୍ଦ

ଚୈତ୍ରରେ ବିଷ୍ଣୁ ହସେ ପୂର୍ଣ୍ଣିମା ଚାନ୍ଦ।

ଅଣାକାର ପୁଣି ପ୍ରଭୁ ଆକାର ହୋଇ

ଲୀଳା କରିଥାନ୍ତି କେତେ ମର୍ତ୍ତ୍ୟେ ଓହ୍ଲାଇ।

ଚର୍ମ ଚକ୍ଷୁ ସେ ଲୀଳାକୁ ପାରିଲେ ଦେଖି

କରିଥାଏ ମୋକ୍ଷ ଲାଭ ଏ ପ୍ରାଣପକ୍ଷୀ ।











Rate this content
Log in

Similar oriya poem from Classics