STORYMIRROR

Trupti Paikaray

Inspirational

3  

Trupti Paikaray

Inspirational

ରୁଟି

ରୁଟି

2 mins
26.3K


"ରୁଟି"

"ରୁଟି" ଆଉ  ମୋ "ମାଆ",

ମୋ ହସଖୁସିର ଏକ ବିରାଟ ଦୁନିଆ,

ଆମ  ହାଣ୍ଡିଶାଳରୁ, ମୋ ମାଆର ହାତତିଆରି ଗରମ ରୁଟିର ବାସ୍ନା,

ସେହି ରୁଟିରେ ଥାଏ ପୁଣି, କେତେ ଯେ  ଅକୁହା କଥା,

ସେ  ରୁଟି  ହେଉଛି  ତା ହସ, ଲୁହ, ଆଉ ତା ଭଲ ପାଇବାର ନିରବ ଦ୍ରଷ୍ଟା,

ଯେତେ  ଦୁଃଖ  ଆସିଛି  ତା  ଜୀବନରେ, ସେ  ରୁଟି  ହିଁ  ଜାଣିଚି,

ସେ  ରୁଟି  ହିଁ  ଦେଖିଚି  ମୋ  ମାଆ ଆଖିର ଲୁହ, ତା ଓଠ ତଳର ହସ, ଆଉ ତା ମନର  କୋହ,

ଏକ ନିରବ  ପାଷାଣ  ପରି  ସେ  ହାଣ୍ଡିଶାଳରେ  ବସି, ତଥାପି କରିଚାଲେ  ରୁଟି I

 

ଯେତେ  କଷ୍ଟ  ହେଲେବି ସେ କେବେ ମୁହଁ  ଖୋଲେନି,

ଯେତେ ଦୁଃଖ  ଆସିଲେ ବି କିଛି ଖୋଲି କହେନି,

ଖୁସି ରେ ବି ଟିକେ ହସି ପାରେନି,

ରୁଗ୍ଣ ଦେହରେ, ଭଗ୍ନ ମନରେ, ଆଖିରୁ ଲୁହ ଝରାଇ ବି

ମୁଁ ତାକୁ ଦେଖିଚି, ସେ ରୁଟି କରିବାର,

ବିଲକୁଲ ସେଇ ନିରବ ପାଷାଣ ପରି I

ହାଣ୍ଡିଶାଳରୁ ସ୍ବପ୍ନ ଦେଖେ ସେ, ମୋ ପାଇଁ,

ରୁଟି କରିବାବେଳେ ବି କାମନା କରିଚାଲେ ମୋ ପାଇଁ,

ମୋ ଶତସୁଖର ଆଉ ଶତାୟୁର I

ମୋ ଉନ୍ନତିର ଆଉ ମୋ ସମୃଦ୍ଧିର I

ତା ପଣତ କାନିରେ, ପୋଛି ପକାଏ ମୋ ଆଖିର ଲୁହ ସବୁକୁ,

ପଡିଗଲେ ମୁଁ ଟିକେ, ଆସି ଝାଡିଦେଇଯାଏ ମତେ,

ଅବୁଝା ହେଲେ ମୁଁ, ମତେ ଟିକେ ଆକଟ କରିଦିଏ,

ହେଲେ ପୁଣି ଚାଲିଯାଏ,

ସେ ହାଣ୍ଡିଶାଳ କୁ, କରିବାକୁ ରୁଟି I

 

ଆଜି ମୁଁ ଏତେ ବଡ ହେଇଯାଇଛି ଯେ,

ମୋ ମାଆ ଆଉ ମୋ ପାଇଁ ଆଉ ରୁଟି ବନେଇ ପାରୁନି,

ଇଛା ଥିଲେ ବି ତାର ଆଉ ସେ ସାହସ ନାହିଁ,

ସେ ଚାହେଁ, ମୁଁ ଆଜି କେମିତି ମୋ ନିଜ ଗୋଡ଼ରେ ଠିଆ ହୁଏ,

ଅନ୍ତତଃ ଭଲ ମଣିଷଟିଏ ବନିଯାଏ

ଭଲ କାମ କରେ, ବହୁତ ନାଁ କରେ,

ଆଉ ଦୁନିଆର ସବୁଠୁ ସୁଖୀ ମଣିଷ ବନିଯାଏ I

 

ହେଲେ ତାକୁ କଅଣ ଜଣା ଯେ,  

ସେଇ ରୁଟିକୁ ଆଜି ବି ମୁଁ କେତେ ଝୁରୁଛି,

ସେଇ ରୁଟିର ବାସ୍ନା ମତେ ଆଜି କେତେ ବ୍ୟଥିତ କରୁଛି,

ଲୁଚି ଲୁଚି ସେ ରୁଟି ପାଇଁ, ମୁଁ ଆଜି କେତେ ଯେ କାନ୍ଦୁଚି,

କାରଣ ସେ ରୁଟି ଆଜି ମୋ କାନ୍ଧରେ, ଏକ ବିରାଟ ଦାୟିତ୍ୱ I

"ରୁଟିଆଉ  ମୋ "ମାଆ",

ମୋ ହସଖୁସିର ଏକ ବିରାଟ ଦୁନିଆ I

 

 

 

 

 

  

 

 

 

 

 

 

 

 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational