Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ରୁକୁଣା ରଥ

ରୁକୁଣା ରଥ

1 min
385


       

ଏକଦିନେ ଅନ୍ନପୂର୍ଣ୍ଣା ଦେବୀ ହୈମବତୀ l

ଶଙ୍କରଙ୍କ ଠାରୁ ଶୁଣି ଏକାମ୍ରର ଖ୍ୟାତି ll

ଦେଖନ୍ତି ଆସି ଏଠାରେ ଏକ ଆମ୍ରଛାୟା l

ଏକକ୍ରୋଶବ୍ୟାପି ତାର ମେଲିଅଛି କାୟା ll

ସେ ଛାୟାର ତଳେ ବିଜେ ଶିବଲିଙ୍ଗ ଏକ l

ପହ୍ନାରୁ କ୍ଷୀର ଢାଳନ୍ତି କାଳି ଗାଈ ଯାକ ll

ଲିଙ୍ଗର ମହିମା ସେହି ଦେବୀ ପାରି ଜାଣି l

ଗାଈଙ୍କୁ ପାଳିଲେ ମାତ ହୋଇ ଗୋପାଳୁଣି ll

ଉତ୍ପାତ କରନ୍ତି ସେଠି କିର୍ତ୍ତୀ, ବାସ ଦୈତ୍ୟ l

ମାଆଙ୍କୁ ସେ କାଳକ୍ରମେ ଦେଲେ ବହୁକଷ୍ଟ ll

ସ୍ମରଣ କରି ଶଙ୍କରେ ମାତେ ଗୋପାଳୁଣୀ l

ପାଦେଚାପି ହତକଲେ ସେହି ଦୈତ୍ୟବେନି ll

ଦେବୀଙ୍କର ପାଦୁ ଝରି ସ୍ବେଦ ବାରି ଧାରା l

ସୃଷ୍ଟି ହୋଇଛି ପୋଖରୀ ଦେବି ପାଦହରା ll

ଦୈତ୍ୟବଧି ମାତା ହେଲେ ତୃଷ୍ଣାରେ ଆତୁର l

ପୋଖରୀ ଖୋଳି ଶଙ୍କର ତୃଷ୍ଣା କଲେ ଦୂର ll

ବିନ୍ଦୁ ବିନ୍ଦୁ ତୀର୍ଥ ଜଳେ ନାନା ସ୍ଥାନୁ ଆଣି l

ପୂର୍ଣ୍ଣ କଲେ ଖ୍ୟାତ ବିନ୍ଦୁ ସର ପୁଷ୍କରିଣୀ ll

ପୁଷ୍କରିଣୀ କୂଳେ ଛନ୍ତି ଶ୍ରୀ ଅନନ୍ତ ଶାୟୀ l

ଅବଢ଼ା ପ୍ରସିଦ୍ଧ ତାଙ୍କ ମହା ମୋକ୍ଷଦାୟୀ ll

ଏକାମ୍ର କାନନେ ପ୍ରଭୁ ମହା ଲିଙ୍ଗେଶ୍ଵର l

ସଂକ୍ଷିପ୍ତ ଏ ଅଟେ ମହା ମହିମା ତାଙ୍କର ll

କାଳେ ଲଲାଟ କେଶରୀ ଉତ୍କଳ ନୃପତି l

ଦେଉଳ ଗଢ଼ିଲେ ଏକ ଯତନରେ ଅତି ll

ସୂଚୀ ମୁନେ ଗଢ଼ା ସେହି ଅପରୂପ କଳା l

ନିହାଣରେ ଉତ୍କଳର ଶିଳ୍ପୀ ଆଙ୍କିଦେଲା ll

ଚୈତ୍ରମାସ ଶୁକ୍ଳପକ୍ଷ ଶ୍ରୀଅଶୋକାଷ୍ଟମୀ l

ରଥ ଯାତରା କରନ୍ତି ଲିଙ୍ଗରାଜ ସ୍ୱାମୀ ll

ରୁକ୍ମିଣୀଦେବୀ ସେ ରଥେ ଥାନ୍ତି ବିରାଜିତ l

ରୁକୁଣା ରଥ ନାମରେ ଜଗତେ ବିଖ୍ୟାତ ll

ଅଣ ଲେଉଟା ଅଟଇ ସେ ରୁକୁଣା ରଥ l

ପାଞ୍ଚଦିନେ ଯାତ ହୋଇଥାଏ ସମାପତ ll

ବାସୁଦେବ ରୁକ୍ମିଣିଙ୍କ ସାଥେ ଲିଙ୍ଗରାଜ l

ରଥେ ଦଣ୍ଡବତ କର ହେ ସୁଧୀ ସମାଜ ll

                


Rate this content
Log in

Similar oriya poem from Inspirational