STORYMIRROR

kamal kumar dash

Classics

2  

kamal kumar dash

Classics

ରଥ ଯାତ୍ରା

ରଥ ଯାତ୍ରା

1 min
35


ଜଗନ୍ନାଥ ତୁମେ  ଓହ୍ଲାଇ ଆସିଛ 

    ଆଜି ଶ୍ରଦ୍ଧା ବାଲିରେ 

କୋଟି ଲୋକଙ୍କର କାଳିଆ ଠାକୁର 

  ବନ୍ଧା ସେତ ଶରଧା ରେ (1


ବରଷ କେ ଥରେ ଭକ୍ତଙ୍କ ସାଥିରେ 

  ଆସିଛ ମିଶିବା ପାଇଁ 

ଏ ରଥ ଯାତରା ବାହାନାରେ ପରେ 

   ଯାଉଛ ଭକତେ ଛୁଇଁ (2

ଭକ୍ତଙ୍କ ସାଥିରେ ମିଶୁତୁ କାଳିଆ 

   ଭକ୍ତଙ୍କ ସାଥିରେ ହସୁ 

 ଭକ୍ତଙ୍କ ହାତରେ ଟେକI ହୋଇ ଆସୁ 

  ଭକ୍ତଙ୍କ ରଥ ରେ ବସୁ (3

ଭକ୍ତ ଙ୍କର ଭାର ଉଠାଇ ଚାଲିଛୁ 

  ଘୋଡା ଚଢି ଦହି ଖାଇ 

ବନ୍ଧୁ ମହାନ୍ତି କୁ ଭାତ ଥାଳି ଦେଇ 

  ଦାସିଆ ନଡ଼ିଆ ଖାଇ (4

ଭାଇ ଭଉଣୀ ଙ୍କୁ ସାଥିରେ ନେଇତୁ 

  ରତ୍ନ ସିଂହାସନ ଛାଡି 

ବରଷ କେ ଥରେ ଭକ୍ତଙ୍କ ଭିତରେ 

  ରଥରେ ଆସୁ ବାହାରି (5

ମାଉସୀମା ଘର ଗୁଣ୍ଡିଚା ମନ୍ଦିର 

   ବୁଲି ବୁଲି ଭୋଗ ଖାଉ 

ରସଗୋଲା ଦେଇ ମହାଲକ୍ଷୀ ଙ୍କର 

  ମIନ ଭାଙ୍ଗି ଘରେ ଯାଉ (6


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics