ରୋବଟ
ରୋବଟ
ମଣିଷ ଜନମ ଦୁର୍ଲଭ ସୃଷ୍ଟିରେ
ଚିନ୍ତା ବୁଦ୍ଧି ବିଜ୍ଞାନର
ବିଜ୍ଞାନର ବଳେ ତିଆରି କରିଲା
ଏକ ମଣିଷ ଯନ୍ତ୍ରର ll
ମଣିଷ ଭଳିଆ ବୁଦ୍ଧି ରେ ପ୍ରଖର
କଥାସବୁ ମନେରଖେ
ଭୁଲ ହୁଏନି ତା ହିସାବ ପତର
କ୍ଷଣିକେ ଉତ୍ତର କୁହେ ll
ପାଇଲଟ ହୋଇ ମହାକାଶ ଯାଏ
ମହାସୃଷ୍ଟି ମଣିଷର
ମଣିଷ ପରିକା ଚଲା ବୁଲା କରେ
ନିର୍ଭୁଲର କାମ ତାର ll
ଜଟିଳ କାମରେ ବ୍ୟବହୃତ କରି
ମଣିଷ ସଫଳ ହୁଏ
ପିଲାଙ୍କ ସହିତ ଖେଳେ ପିଲାପରି
ପ୍ରଶ୍ନର ଉତ୍ତର ଦିଏ ll
ସମର କ୍ଷେତ୍ରରେ ବୀରତାର ସହ
ଗୁଳି ବୋମା ବରଷାଏ
କାମାଣ୍ଡୋ ବାହିନୀ ସାମିଲ ହୋଇକି
ଲୋକଙ୍କୁ ସୁରକ୍ଷା ଦିଏ ll
କାଟୁନ ଚାନେଲ ପିଲାଙ୍କ ଆନନ୍ଦ
ସିରିୟଲ ରୋବଟର
ଦୁଃସାହାସିକର ଦୃଶ୍ୟକୁ ଦେଖନ୍ତି
ପରାକ୍ରମ ମିସିନୀର ll
ଶରୀର ତିଆରି ଯନ୍ତ୍ରାଂଶରେ ଖଞ୍ଜା
ଶିରା ତା 'ର ତାର ପୂର୍ଣ୍ଣ
ଏଲିଡ଼ ଲାଇଟ ଜାଳିଲେ ସୁନ୍ଦର
ଆକର୍ଷେ ପିଲାଙ୍କ ମନ ll
ବିଜ୍ଞାନ ଚିକିତ୍ସା କଳ କାରଖାନା
ରୋବଟ ଚାହିଦା ବେଶୀ
ରୋବଟ କୁକୁର ଘର ଜଗିଲାଣି
ଏସବୁ ମଣିଷ କୃତି ll
ବିଜ୍ଞାନ ର ବଳେ ମଣିଷ ଜଗତେ
ଯନ୍ତ୍ର ଉଦ୍ଭାବନ କରେ
ନେଟ ମାଧ୍ୟମରେ ଆୟତ୍ତ କରେସେ
ମଣିଷ ର ବୁଦ୍ଧି ବଳେ ll
ରୋବଟ ମାନବ ଭଳିକା ହେଲେବି
ଆଜ୍ଞାବହ ମଣିଷର
ପ୍ରକୃତି ସୃଷ୍ଟିରେ ମାନବ ହୋଇକି
ବିଜ୍ଞାନ କୁ ପୂଜା କର ll
