Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das.PriYa❤️

tragedy

4.0  

Priyadarsini Das.PriYa❤️

tragedy

ରଙ୍ଗୀନ୍ ପ୍ରେମ

ରଙ୍ଗୀନ୍ ପ୍ରେମ

1 min
11.9K



ତୋ ପ୍ରେମରେ ବାୟାଣୀଟେ ମୁଁ , 

ତୋର ସେ ହାଲକା ହାଲକା ନଜରରେ ହଜିଯାଏ , 

ଲାଜର ସବୁ ଶିକୁଳି ଛିଣ୍ଡି ଯାଏ , 

ସତରେ ତୋ ପ୍ରେମରେ ପାଗିଳୀଟେ ମୁଁ ...।


ତୋ ଛୁଆଁ ଖାଲି ଛୁଆଁ ନୁହେଁ , 

ଜାଦୁଗର ର ଜାଦୁ ପରି , 

କିମିଆ କରି ପକାଏ ମୋତେ .


ଅଙ୍ଗର ପ୍ରତି ଭଙ୍ଗା ତୋ ଆଡ଼େ ଟାଣି ଯାଏ , 

ମୋ ନିତମ୍ବରେ ତୋର ସ୍ପର୍ଶ 

ମହୁଲିର ନିଶା ଠୁ ବି ଆହୁରି ଶକ୍ତ ,


ପାଦ ମୋର ହୁଏ ଟଳମଳ , 

ଆଖି ଖୋଜେ ତୋ ଚେହେରା , 

ମନ ଟାଣେ ତୋରି ଭାବନା , 

ନିଃଶ୍ୱାସରେ ଭରେ ତୋ ପ୍ରେମର ବାୟୁ .


ତୋ ପ୍ରେମ ରଙ୍ଗରେ ମୁଁ ଆଜି ରଙ୍ଗୀନ୍ , 

ବେଶ୍ ରଙ୍ଗ ମୋ ଦେହ ସାରା , 

ଖାଲି ଚିକ୍ ଚିକ ଭାବେ ବାରିପଡେ 

ପ୍ରେମର ଇନ୍ଦ୍ରଧନୁର ସପ୍ତ ରଙ୍ଗ ।


ବାୟାଣୀ ମନର ଆକାଶରେ

ଥର ଥର ପାଦର ଚିହ୍ନରେ , 

ଚଳଚଞ୍ଚଳ ଏ ଶରୀରରେ , 

ସ୍ବପ୍ନ ବଶୀଭୂତ ଏ ମାନସିକ ପଟରେ , 


ସମ୍ପୂର୍ଣ୍ଣ ରଙ୍ଗୀନ୍ ମୁଁ ତୋ ପ୍ରେମରେ ।


ସତରେ ବାୟାଣୀଟେ ମୁଁ ତୋ ପ୍ରେମରେ , 

ମନ ଆଜି ରଙ୍ଗୀନ୍ ତୋ ପିରତୀରେ , 


ପ୍ରେମ ରଙ୍ଗ ର ନଦୀରେ 

ଭଉଁରୀ ଖେଳୁଛି ମୋ ବାୟାଣୀ ମନ , 

କୂଳପାଉନି ଖୋଜି ଖୋଜି , 

ତୋ ପାଖେ ଅଛି ତାର ପଥି , 

ଆହୁରି ରଙ୍ଗେଇ ଦେ ଏ ରଙ୍ଗୀନ୍ ମନକୁ

ରଙ୍ଗୀନ୍ ପ୍ରେମ ରେ , ଚୋରା ପିରତୀ ରେ

ବାୟାଣୀ ଟେ ମୁଁ ତୋ ପ୍ରେମ ରେ .....।


Rate this content
Log in

Similar oriya poem from tragedy