STORYMIRROR

kamal kumar dash

Abstract Others

3  

kamal kumar dash

Abstract Others

ରଙ୍ଗ

ରଙ୍ଗ

1 min
226

 

ରଙ୍ଗ ନେଇ ଥରେ ତୁମେ ନଆସିଲେ 

 ଫଗୁଣ ଫଗୁଣ ଲାଗେନା 

ତୁମେ ଆସିଗଲେ ଶ୍ରାବଣ ରାତିରେ 

  ରଙ୍ଗରେ ଭରେ ମୋ ଦୁନିଆଁ(3) 

ହୋଲି ରଙ୍ଗ ଛାଡେ  ଦିନେ ଦି ଦିନରେ

   ମନର ରଙ୍ଗ ତ ଛାଡେନା 

 ବୟସର ରଙ୍ଗ   ସମୟ ଛଡାଏ 

   ଆଉ କାହା କଥା ଜାଣେନା (2)

ସମୟ ସାଥିରେ    ସବୁ ବଦଳନ୍ତି 

   ତୁମେ କି ବଦଳି ଯିବନା ?

ଅନେକ ଭାବୁଛି   କହିବାକୁ ତୁମେ 

  ଭାବେ ସିନା କହି ପାରେନା (3)

ହୃଦୟରେ ଖୁସି  ମନରେ ଆବେଗ 

   ତୁମେ କେବେ ଭୁଲି ପାରେନା 

ତୁମେ ପାଖେ ଥାଅ  ଖାଲି ହସୁଥାଅ 

   ଆଉ କିଛି ତୋଠୁ ଚାହେଁନା (4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract