STORYMIRROR

Madhabi Patel

Children

4  

Madhabi Patel

Children

ରଙ୍ଗ ମୁରୁଜ

ରଙ୍ଗ ମୁରୁଜ

1 min
1.1K


ବସନ୍ତ ବୁଣୁଛି ରଙ୍ଗ ମୂରୁଜ

କାହିଁ ହଳଦିଆ ନାଲି

ଶାଗୁଆ ଦିଶଇ କାହିଁ ଚିତ୍ରପଟ

ଫୁଲ ହସେ ଖିଲିଖିଲି।


ଶୋରିଷ କିଆରୀ ପିତାମ୍ବରୀ ପିନ୍ଧି

ସ୍ବର୍ଣ୍ଣିମ ବର୍ଣ୍ଣରେ ହସେ

ନବ କିଶଳୟ ପଲ୍ଲବିତ ଦ୍ରୁମ

ସବୁଜ ସବୁଜ ଦିଶେ।


ଆମ୍ବ ବୃକ୍ଷଡାଳେ ବଉଳର ବିଭା

ଶିମୂଳି ପଲାସ ଫୁଲ

ବଣ ମୂଲକଟା ନାଲି ଜରଜର

ପ୍ରତେ ହୁଏ ନିଆଁଝୁଲ।


ତମାଳ ଲଟାରେ ବାଇଗଣିଫୁଲ

ଡାଲିଆ ଗୋଲାପ କାହିଁ

ନାନା ରଙ୍ଗେ ଗେଣ୍ଡୁ ପସରା ମେଲିଛି

ରଙ୍ଗାୟିତ କରି ମହୀ।


ଆକାଶରେ ଆଙ୍କି ନାନାବର୍ଣି ମେଘ

କରିଛି ଚାରୁ ଚିତ୍ରିତ

ଅଦୃଶ୍ୟ ଚିତ୍ରକର ରଙ୍ଗ ମୁରୁଜରେ

ଆଙ୍କିଛି ଚିତ୍ର ଅଦ୍ଭୁତ।


ନଈ ସାଗରରେ ସବୁଜ ଭରିଛି

ଆକାଶରେ ନୀଳ ଦେଇ

ଜୀବନଟା ଆମ ହସ ଲୁହେ ରଙ୍ଗା

ସ୍ବାଦ ଭିନ୍ନ ଭିନ୍ନ ଯହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children