STORYMIRROR

Rosy Mishra

Romance

3  

Rosy Mishra

Romance

ରଖିବ ମୋ ଏଇ ଛୋଟ ଅଳି ।

ରଖିବ ମୋ ଏଇ ଛୋଟ ଅଳି ।

1 min
271

ଭଲପାଏ ଭାରି ଭଲପାଏ

ତୁମକୁ ମୁଁ ଭାରି ଭଲପାଏ।।୧।।


ଜେଦିନୁ ମାଡ଼ିଲି ତୁମ ଗାଆଁ

ଛାତିରେ ଲେଖିଲି ତୁମ ନାଁଆ।।୨।।


ଦୁଃଖ, ସୁଖ ସାଥି ତୁମେ ମୋର

ତୁମ ପାଦେ ଛୋଟ ଅଳି ମୋର।।୩।।


ମୋ ପାଇଁ ଗଢ଼ିବ ଶାନ୍ତିସ୍ତୁପ

ଖୋଜିବନି ମୋର ପୁଣ୍ୟ,ପାପ ।।୪।।


ହୃଦୟରୁ ଯେବେ ପାଅ ଭଲ

ମୋ ଶବେ ଢାଳିବ ସ୍ବପ୍ନ ଫୁଲ।।୫।।


ମାନିବ କଥା ଟେ ପ୍ରିୟ ମୋର

ନେବ ନାହିଁ ମତେ ସ୍ୱର୍ଗଦ୍ୱାର।।୬।।


ଖଇ, କଉଡ଼ିରୁ ମୁଠେ ନେଇ

ଫିଙ୍ଗୁଥିବ ମୋର ଆଗେ ରହି।।୭।।


ଢୋଲ ବାଜୁଥିବ ଢାଉଁ ଢାଉଁ

ରାମ ହରି ନାମ ତୁଣ୍ଡେ ଥାଉ।।୮।।

 

ତୁମକୁ ରହିଲା ରାଣ ମୋର

ପିଇବନି ଜମା ଆଖି ନୀର।।୯।।


ମୋ ପୁଅ ଝିଅଙ୍କୁ ବୁଝାଇବ

ନିଜେ ନିଜକୁ ସମ୍ଭାଳିନେବ।।୧୦।।


ଛାଇ ପରି ପାଶେ ରହିଥିବି

ତୁମ ସୁଖ ଦେଖି ଖୁସିହେବି ।।୧୧।।


ଦେଖୁଥିବି ତୁମ ଗାଁ ମେଳଣ

ଜାଗର, ମକର ଓ ଝୁଲଣ ।।୧୨।।


ସଞ୍ଜ ଆଳତିର ଘଣ୍ଟ ଧ୍ବନି

ମୋକ୍ଷ ହେବି ନିକଟରୁ ଶୁଣି ।।୧୩।।


ଜୋଡମୁଣ୍ଡିଆ ରେ ରହିଥିବି

ଗାଁ ସୁଖଶାନ୍ତି ମନାସିବି ।।୧୪।।


ଫେରି ପାରିବିନି ଗଲେ ଦୁରେ

ଜାଳିବ ତୁମ ଗାଁ ମଶାଣୀରେ ।।୧୫।।


 ସେହି ମୋର ମୁକତି ଦୁଆର

 ଗାଁ ମନ୍ଦିର ମୋ ଶ୍ରୀମନ୍ଦିର ।।୧୬।।


ମହୋଦଧି ତୁମ ଗାଁ ପୋଖରୀ

ଭୁଲି ବିନି ରହି ମୁଁ ସେପାରୀ।।୧୭।।


ତୁମ ଗାଁ ମଳୟ ମୋ ସ୍ପନ୍ଦନ

ତୁମ ହୃଦୟ ମୋ ବାସ ସ୍ଥାନ।।୧୮।।


ସାନ କୁହା ସାଥି ମାନ ମୋର

ନେବ ନାହିଁ ମତେ ସ୍ୱର୍ଗଦ୍ୱାର ।।୧୯।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance