STORYMIRROR

kamal kumar dash

Abstract

4  

kamal kumar dash

Abstract

ରଜ ମଉଜ

ରଜ ମଉଜ

1 min
23.8K

ସତରେ ଫେରିଚ ରଜରେ ମୋ ଘରେ 

   ସପନ ଲାଗୁଛି ମୋତେ 

ବିଶ୍ୱାସ ମୋହର  ହେଉନାହିଁ ଆଜି 

   ଆସି ଛୁଇଁ ଯାଅ ମୋତେ

ରଜ ପୋଡ଼ପିଠା   ପାନ ଆଉମିଠା 

     ଘର ଆଜି ମହକୁଛି 

ଖୁସିର ଲହରି ଚାରି ଆଡେ ଖାଲି 

   ତୁମ ସୁବାସେ ଭରିଛି

ରଜର ଖୁସିରେ ତୁମେ ଖୁସି ଦେଖି 

   ଖୁସିରେ ହସୁଚି ଆଜି 

ତୁମ ପରଶ ରେ  ମIନ ଅଭିମାନ 

   ଖୁସିରେ ଯାଇଛି ହଜି

ବରଷା ପାଣିରେ ମିଶିକି ଭିଜିବା 

   ଚାଲ ସାଥି ଆଉଥରେ 

ସ୍ମୃତିରେ ଫେରିବା ଡ଼ଙ୍ଗା ଭସାଇବା 

    ଚାଲ ସାଥି ଆଜି ଥରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract