STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

ରିକ୍ତ ସ୍ଥାନ

ରିକ୍ତ ସ୍ଥାନ

1 min
13.7K


ପ୍ରତିଭା ପ୍ରିୟଦର୍ଶିନୀ



ନିଶ୍ଵାସକୁ କି ବିଶ୍ଵାସ ଯେ ....!!

ଏଇ ଅଛି ଏଇ ନାହିଁ

ମରିଗଲି ବୋଲି ଜାଣିଲେ

ବାହାରିଯିବ କେତେଟା ଦୀର୍ଘ ଶ୍ଵାସ,

ହୋଇପାରେ ଆଶ୍ବସ୍ତିର

ଅବା ଅବଶୋଷର....


ଜଣେ ଅଧିକ ମୁଣ୍ଡ ଉପରେ

ଛିଡି ପଡିପାରେ ଖଣ୍ଡ ଖଣ୍ଡ ଆକାଶ,

କାହା କାହା ପାଦତଳୁ

ହୁଏତ ତରଳି ଯିବ ଚେନାଏ ଧରିତ୍ରୀ,

ଅନେକଙ୍କ ପାଇଁ,

ଖବର ଟାର ଶେଷ ପରିଣତ ହେବ

କେବଳ ଗୋଟାଏ ଶବ୍ଦ ଜ ଓ ଚ.......


ମୁଁ କିନ୍ତୁ ଚାହେଁ,

ମୃତ୍ୟୁ ମୋ’ର ହେଉ

ଏମିତି ‘ ରିକ୍ତସ୍ଥାନ’ ଟିଏ

ବେଶି ନହେଲେ ବି ଅନ୍ତତଃ

ଗୋଟିଏ ମଣିଷ ମନରେ,

ଯାହା ଭରିବାକୁ ଅସମର୍ଥ ହେଉଥିବ

ଏ ସଚରାଚର ବିଶ୍ଵ ବ୍ରହ୍ମାଣ୍ଡ,

ଔ ସମଗ୍ର ପ୍ରକୃତି.....


ଜାଣେ....

ଖୁବ୍ ଦୁର୍ବାର, ଦୁର୍ମୁଲ୍ୟ, ଅସାମାନ୍ୟ,

ଅସମ୍ଭବ, ଅବାସ୍ତବ ଇଚ୍ଛାଟାଏ l

ଇଚ୍ଛାଟେ ତ....

ଖାଲି ଇଚ୍ଛାଟେ...

ଇଚ୍ଛା କରିବାରେ କ୍ଷତି କ’ଣ ?? ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational