STORYMIRROR

Manas Ranjan Pattanayak

Romance

3  

Manas Ranjan Pattanayak

Romance

ଢ଼ଳି ଢ଼ଳି

ଢ଼ଳି ଢ଼ଳି

1 min
692



ମାନସ ରଞ୍ଜନ ପଟ୍ଟନାୟକ

*********************

ବଉଳଫୁଲର ସୁଗନ୍ଧରେ ସେତ ଆସିଥିଲା ଢ଼ଳି ଢ଼ଳି।

ନିତମ୍ବର ପୃଷ୍ଟେ ଝରିପଡୁଥିଲା ଗଭାର କାଇଁଚମାଳୀ।

ବନସ୍ତ ସୁନ୍ଦରୀ ନିରିମାଖି ଠାଣି ଗୋଲାପି ରଙ୍ଗର ମେଳି।

ବଉଳ ଫୁଲର ସୁଗନ୍ଧ ରେ,,,,,


ଲାଜକୁଳୀ ଲତା ସରମି ପାଖୁଡା ଓଦାଥିଲା ଗଣ୍ଡଦେଶ।

ବଦନଟା ତା'ର ଚହଟୁ ଥିଲାରେ ମହୁଲ ଫୁଲର ବାସ।।

କେତେ ରାତିଦିନ ସପନରେ ସେତ ହେଉଥିଲା ମୋତେ ଭାଳି।

ବଉଳ ଫୁଲର ସୁଗନ୍ଧ ରେ,,,,,,,


ପାଦର ପାଉଁଜି କାନର ଝୁମୁକା ଗଭାର ବଉଳବେଣି।

ତା'ର ରୂପ ଦେଖି ଲହରୀ ଭାଙ୍ଗଇ ନଈର ଉଛୁଳା ପାଣି।।

ମଳୟ ବସନ୍ତ ଲୁଚକାଳି ଖେଳେ ଦେହରେ ଅବିର ବୋଳି।।

ବଉଳ ଫୁଲର ସୁଗନ୍ଧ ରେ,,,,,,,


ମୀନନୟନା ସେ ଚାରୁଚନ୍ଦ୍ରାବତୀ କପାଳେ କୁଙ୍କୁମ ଟିକା।

ଭାଗ୍ୟରେ କାହାର ଲେଖିଅଛି ବିଧି ବଦନ କରିବ ଫିକା ।

ରୂପ ଲାବଣ୍ୟ ର ମେଘମାଳା ସିଏ ଚନ୍ଦ୍ରମାର ଛିଟାକାଳି।

ବଉଳ ଫୁଲର ସୁଗନ୍ଧ ରେ,,,,,

++++++++

ଠିକଣା -,ନିମବସନ୍ତ,ହରିରାଜପୁର,ଜଟଣୀ,ପୁରୀ

ସଂପାଦକ-ମାଟିର ମହକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance