STORYMIRROR

Rabindra kumar Sahoo

Tragedy

3  

Rabindra kumar Sahoo

Tragedy

ରହିଛି ଆଜି ମୁଁ ବେକାର

ରହିଛି ଆଜି ମୁଁ ବେକାର

1 min
131

  

  ପେଟ ପୋଡିଯାଏ 

   ବାଟ ଦିଶେ ନାହିଁ

  ରହିଛି ଆଜି ମୁଁ ବେକାର

  ଶିକ୍ଷା ସଂସ୍କାର ସବୁ ଭୁଲି ଆଜି

   କରେ ମୁଁ ନିଶା ବେପାର

   ଚୁପ୍ ଏବେ ଆମ ଜନ ପ୍ରତିନିଧି

   ଚୁପ୍ ଏଠି ଆମ ସରକାର ।


  ବାପା ମାଆଙ୍କର ବୋଝ ମୁଁ ସାଜିଛି

   ଗଢି ନ ପାରେ ମୋ ସଂସାର

  କି ଭାଳିବି ମୁଁ ଦେଶ କଥା

   କେମିତି ଜାଣିବି 

    କିଏ ମୋ'ର ନେତା

  କେ ଆମ ରାଷ୍ଟ୍ରର ସରକାର

   ରହିଛି ଆଜି ମୁଁ ବେକାର ।


  ଗାଁ ଠୁ ସହର 

   ସବୁଠି ହୁଏ ମୁଁ ହତାଦର

  ରୋଜଗାର ପାଇଁ ବିପଥ ହୋଇ ମୁଁ

   କେବେ ହୋଇଯାଏ ନିଶାଖୋର ପୁଣି

  କେବେ କରିଚାଲେ ନିଶା କାରବାର

   କେବେ କରିଥାଏ ରାହାଜାନୀ

     ପୁଣି କରିଥାଏ ବଳାତ୍କାର

   ଯେହେତୁ ରହିଛି ଆଜି ମୁଁ ବେକାର ।


  ମାଆ ମାଟି ପାଇଁ କେତେ ଯେ କର୍ତ୍ତବ୍ୟ

   ସବୁ ହୁଏ ମୋ'ର ବେକାର

   ଶିକ୍ଷା ସଂସ୍କାର ସଂସ୍କୃତି ଭୁଲି

    ଦେଶଦ୍ରୋହୀ ଆଖ୍ୟା ହୁଏ ମୋ'ର

  ସମାଜେ ସଂସ୍କାର ଆଣିବା ବଦଳେ

   ଅସାମାଜିକ ବ୍ୟକ୍ତି ଙ୍କ ତାଲିକାରେ

   ଯୋଡା ହୋଇଥାଏ ନାମ ମୋ'ର 

   ରହିଛି ଆଜି ମୁଁ ବେକାର ।


  ଛାତ୍ର ଜୀବନର ମିତ୍ର ମାନେ

   ଶତ୍ରୁ ସାଜିଥାନ୍ତି ମୋ'ର

  ମଦ ମାଂସେ ଓ ବେଶ୍ୟାସକ୍ତ ହୋଇ

  ମାନସିକ ବିକୃତି ଓ ଅଶାନ୍ତି ମଧ୍ୟେ

   ଜୀବନଟା ଅହରହ କଟେ ମୋ'ର

  ସୁନୀତି ବଦଳେ ଦୁର୍ନୀତିରେ 

    ଭରିଯାଏ ମନ ପ୍ରାଣ ମୋ'ର

   ଯେହେତୁ ରହିଛି ଆଜି ମୁଁ ବେକାର ।


   ହାତବାରିସୀ ସାଜୁ ଆମେ ନେତାଙ୍କର

   ଆମରି ବଳରେ ବଳୀୟାନ ହୋଇ

  କ୍ଷମତା ଚଉକି ଦଖଲ ହୁଅଇ ନେତାମାନଙ୍କର

   ପ୍ରଗତି କଥା ଚିନ୍ତା ନ କରି

   ଦୁର୍ଗତି ରେ ଭରେ ମନ ପ୍ରାଣ ମୋ'ର

   ଦେଶର ଉନ୍ନତି ଦେଶର ପ୍ରଗତିରେ

    ବାଧକ ସାଜେ ମୁଁ

   ଯେହେତୁ ରହିଛି ଆଜି ମୁଁ ବେକାର ।


    ସମୃଦ୍ଧ ଦେଶ ଗଢିବା ପାଇଁ

    ଯୁବ ଶକ୍ତି ଛାତ୍ର ଶକ୍ତି ଙ୍କୁ

   ସୁଦୃଢ କରିବା ନିହାତି ଦରକାର

   ବିକାଶ କରି କାରିଗରୀ ଜ୍ଞାନ କୌଶଳର

    ଶିକ୍ଷିତ ଯୁବକ ଯୁବତୀମାନଙ୍କୁ

    ଲୋଡା ଧନ୍ଦାମୂଳକ ଶିକ୍ଷାର

   ଶୁଣ ଶୁଣ ଆହେ ଜନପ୍ରତିନିଧି

    ଶୁଣ ହେ ମୋ'ର ସରକାର

   ସବୁ ଯୁବକ ଯୁବତୀମାନଙ୍କୁ ହାତେ

    ଯୋଗାଇ ଦିଅ ରୋଜଗାର

   ଯେହେତୁ ରହିଛି ଆଜି ମୁଁ ବେକାର

   ଏତିକି ସର୍ବ ବୁଦ୍ଧିଜୀବି ଓ ମଙ୍ଗୁଆଳମାନଙ୍କୁ

    ଆଜି ଜଣାଉଛି ଅନୁରୋଧ ମୋ'ର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy