STORYMIRROR

Surjyakanta Dash

Tragedy Inspirational Others

3  

Surjyakanta Dash

Tragedy Inspirational Others

ରେବତୀର ଆହ୍ୱାନ

ରେବତୀର ଆହ୍ୱାନ

1 min
222


ମୁଁ ରେବତୀ

ଏବେବି ବଞ୍ଚିଛି

ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ

ବିସ୍ଥାପିତ କରିବି ବୋଲି ପାଦ

ମାଟିରୁ ଆକାଶ ଛୁଇଁବି ବୋଲି

ମନ ଭିତରେ ଅନେକ ଆଶା ଓ ଆକାଂକ୍ଷା

ନାରି ଶିକ୍ଷାର ମଶାଲ ଧରିଛି

ଆଲୋକିତ କରିବାର ଆଶା ନେଇ

ଶହ ଶହ ନାରୀ ମାନଙ୍କ ଭିତରେ

ଜଳେଇ ଦେବା ପାଇଁ ଟିକେ

ସାହସ ର ଅଗ୍ନିଶିଖା ,

ସମୟ ସହିତ ଚାଲିବାକୁ ପ୍ରେରିତ କରେ

ତଥାପି

ସେ ପାରିନି, ଆଣ୍ଠେଇ ଯାଇଛି ଅଧାରାସ୍ତାରେ

ସମାଜର ହୀନମନ୍ୟତା ତାକୁ -

ତାକୁ ଆଗେଇବାକୁ ଦେଇନାହିଁ,

ତାର ସମସ୍ତ ଇଚ୍ଛା କୁ ଚାପିଦିଆଯାଇଛି

ମାଟିର ଗର୍ଭ ଗୃହ ଭିତରେ,

ରାତ୍ରିର ଝରା ଶେଫାଳୀ ପରି

ଅସମୟରେ ଝରିପଡିଛି ବୃନ୍ତାଚ୍ୟୁତ ହୋଇ

ଫୁଲରେ ପରିଣତ ହେବା ଆଗରୁ,

ଇପ୍ସିତ ଇଚ୍ଛାସବୁ ମଉଳି ବାକୁ ଲାଗେ,

ଆଜି ବି ସମାଜକୁ ମାଡ଼ି ବସିଛି

ଅନେକ ଅନ୍ଧବିଶ୍ୱାସ ଓ କୁସଂସ୍କାର

ଆଜି ବି ଅନେକ ରେବତି ର ଜୀବନ

ଅନ୍ଧବିଶ୍ୱାସ ଓ କୁସଂସ୍କାର ର

ତାଡ଼ନାରେ ଦହଗଞ୍ଜ ହୁଏ,

ଏବେବି ଅନେକ ରେବତୀ କୁ

ଭିନ୍ନ ଆଖିରେ ଦେଖାଯାଏ,

ପୁତ୍ର ସନ୍ତାନ ମାନଙ୍କ ଅପେକ୍ଷା

ଏବେବି ଝିଅ ଟିଏ ପାଠ ପଢିବାକୁ ଗଲାବେଳେ

ଶୁଣିବାକୁ ମିଳେ ,

ପାଠ ପଢି କଣ୍ କରିବ ?

ଶାଶୁ ଘରକୁ ଯିବ,

ରନ୍ଧାବଢ଼ା ଶିଖାଅ,

ଘର ପାଇଠି ଶିଖାଅ,

ରେବତୀ ସିନା ଆଜି ନାହିଁ

କିନ୍ତୁ ରେବତୀ ବାଟ ଦେଖାଦେଇଛି

ଶତ ଶତ ରେବତୀ ମାନଙ୍କୁ

ବଞ୍ଚି ବଞ୍ଚାଇବାକୁ ଆହ୍ୱାନ ଦେଇ ଯାଇଛି

ହଟେଇବାକୁ କହିଛି ସମାଜରୁ

ଅନ୍ଧବିଶ୍ୱାସ ଓ କୁସଂସ୍କାର,

ଅନେକ ରେବତୀ ମାନଙ୍କୁ

ସମାଜର ଅନ୍ଧଗଲିରୁ ଉଦ୍ଧାର କରି

ସଫଳତାର ଶୀର୍ଷରେ ପହଛାଇବାକୁ ପଡ଼ିବ,

ଆସ

ରେବତୀର ଆହ୍ୱାନ କୁ ସ୍ବୀକାର କରି

ସମାଜରୁ ଅନ୍ଧବିଶ୍ୱାସ କୁ ହଟେଇଦେବା,

ଅନେକ ରେବତୀ ମାନଙ୍କୁ କୁସଂସ୍କାର ର

ଅନ୍ଧାଗଲିରୁ ଉଦ୍ଧାର କରି

ସମାଜରେ ଶ୍ରେଷ୍ଠ କରି

ଗଢି ତୋଳିବା,

ନ ହେଲେ,

ଏ ସମାଜ ଆହୁରି ଅଧୋପତନ୍ ଆଡ଼କୁ

ନିଶ୍ଚିତ ଗତି କରିବାକୁ ଲାଗିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy