STORYMIRROR

Dr Simant Kumar Nanda

Comedy

4  

Dr Simant Kumar Nanda

Comedy

ରବିବାର ଛାଡଖାଇ

ରବିବାର ଛାଡଖାଇ

1 min
305


ନିରାମିଷାଶୀ ଯେତେ, ଆଜିର ଦିନରେ,

ଚାହିଁଛନ୍ତି ବଲବଲ,

ଆଇଁଷିଆଙ୍କର ପକେଟ ଟା ଯାହା,

ହୁଏ ଖାଲି ଖଲଖଲ ।


ମାଛ ଓ ମାଉଁସ ଆଣିଛନ୍ତି ସିଏ,

ଘରଣୀ ବରାଦ କଲେ,

କି ଭୋଳା ଲୋକଟା କହିଥିଲି ପରା,

ଚିଙ୍ଗୁଡି ଆଣିବ କିଲେ !


ମାଛ କି ମାଉଁସ ଖାଇବେନି ଭାଇ,

ବାଗ୍ ଦା ରେ ତାଙ୍କ ପ୍ରୀତି,

ସରିଯିବ ଯାଆ ଆଣିବ ବଜାରୁ,

କରିଣ ଝଅଟ ଗତି।


ପତ୍ନୀ ଆଦେଶ କୁ ଅମାନ୍ୟ ନ କରି,

ଧାଇଁଲେ ନିଲଠା ପତି,

ଆଇଁଷ ବ୍ୟାଗ, ବାଇକେ ଗୁଡ଼ାଇ,

ଚିଙ୍ଗୁଡି ରେ ରଖି ମତ୍ତି।


କି' ଅଘଟଣ ଘଟିଗଲା ସତେ,

ହଜାରରେ ଥିଲା କିଲେ,

ଡିମାଣ୍ଡ କୁ ଦେଖି ବାର ଶ' ଡାକୁଛି,

ମାଡ଼ି ବସିଛନ୍ତି ପଲେ।


ଆଗ ଓ ପଛକୁ ବିଚାର ନ କରି

କେଜି ଏ ଧଇଲେ ବାବୁ,

ତର ତର ହୋଇ ଧାଇଁଲେ ଘରକୁ,

ଶଳା ଟା କିଛି ନ ଭାବୁ ।


ପାଣିରେ ଭାଜିବି, ମାଛ କୁ କି କହ,

ତେଲ ଆଣିବାକୁ ଯାଅ,

ଡେରି ତ ହେଲାଣି, ସଅଳ ଆସିବ

ଦୁଆରୁ ବ୍ୟାଗ ଦିଅ।


ଧନ୍ୟ ରେ ମଣିଷ, ଆଇଁଷ ପାଇଁକି,

କରଇ କିପରି ନାଟ,

କାର୍ତ୍ତିକ ମାସ ଟା, ନ ଥାଆନ୍ତା ଯଦି,

କାହୁଁ ଛାଡଖାଇ ଭେଟ।


ରବିବାରେ ଛାଡଖାଇ ପର୍ବ ପାଇଁ,

ବଜାରେ ପଡୁଛି ହୁରି,

କୁକୁଡ଼ା ଛାଗଳ ମୀନ ମାନେ ବସି,

ଆଖିରୁ ଢ଼ାଳନ୍ତି ବାରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy