STORYMIRROR

Dr.Sashi Bhushan Mohapatra

Romance

4  

Dr.Sashi Bhushan Mohapatra

Romance

ରାତିସାରା

ରାତିସାରା

1 min
311


ରାତିସାରା ବର୍ଷା

ବର୍ଷାଭିଜା ଦେହ

ଦେହମନା ମନ

ମନସାରା ପ୍ରଶ୍ନ

ପ୍ରଶ୍ନ ତୀତ ପ୍ରେମ

ପ୍ରେମମୟ ସ୍ୱପ୍ନ

ସ୍ୱପ୍ନାଚ୍ଛନ ଆଖି

ଆଖିଭରା ଲୁହ

ଲୁହସବୁ ମୁକ୍ତା

ମୁକ୍ତାଝରା ହସ

ହସସହ ଲଜ୍ଜା

ଲଜ୍ଜାନତ ମୁଁହ

ମୁଁହତୋର ଜହ୍ନ

ଜହ୍ନମୋର ପ୍ରାଣ

ପ୍ରାଣଭରା ସୁଖ

ସୁଖମୋର ତମେ

ତମେହେବ ଦେଖା

ଦେଖାଦେଖି ଦିନେ

ଦିନେହେବା ସ୍ମୃତି

ସ୍ମୃତିସବୁ ଖୋଜେ

ଖୋଜେତୋର ବାସ୍ନା

ବାସ୍ନାମୟ ରାତି

ରାତିଭରେ ପ୍ରୀତି

ପ୍ରୀତିବର୍ଷା ଝରେ

ଝରେ ରାତିସାରା

ସାରାରାତି ବର୍ଷା |

******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance