STORYMIRROR

Kishore Nayak

Children

3  

Kishore Nayak

Children

"ରାସ୍ତାର ନିୟମ ମାନି ଚଳିଲେ...."

"ରାସ୍ତାର ନିୟମ ମାନି ଚଳିଲେ...."

1 min
36

ପେଁ ପାଁ ପେଁ ଶବଦ କରି 

         ରାସ୍ତାରେ ଚାଲିଛି ଗାଡି 

ବାଁ, ଡାହାଣ ନଦେଖି ସନା 

           ଆଗକୁ ଯାଉଛି ମାଡି ll


ପଛରୁ ରହି ଡାକିଲା ଘନା 

          ହଇରେ ସନିଆ ଭାଇ 

ରାସ୍ତାର ନିୟମ କାନୁନ କିଛି 

        ତତେ କିରେ ଜଣା ନାହିଁ? ll


ବାଁ, ଡାହାଣ, ଆଗ, ପଛକୁ 

          ନଦେଖି ଯାଉଛୁ ମାଡି 

ଅସାବଧାନ ଟିକିଏ ହେଲେ 

           ବିପଦରେ ଯିବୁ ପଡି ll


ଦୁର୍ଲ୍ଲଭ ସମ ଏଇ ଜୀବନ 

           ତା'ର ସୁରକ୍ଷା ପାଇଁ 

ଅଜ୍ଞାନତାର ପ୍ରରୋଚନାରେ 

          କେବେବି ଭୁଲ ନାହିଁ ll


ବାଁ, ଡାହାଣ, ଆଗ, ପଛକୁ 

          ଦେଖିକି ଭଲ ଭାବେ 

ସାବଧାନରେ ରାସ୍ତାକୁ ପାର 

         ହୋଇବ ଯାଇ ତେବେ ll


ଏଇ କଥାକୁ ମନରେ ହେଜି 

          ନହୋଇ ବୁଦ୍ଧି ବଣା 

ରାସ୍ତାର ନିୟମ ମାନି ଚଳିଲେ 

           ହେବନି ଦୁର୍ଘଟଣା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children