STORYMIRROR

ଶିଶିର ସାହୁ ମନୋଜ

Abstract

2  

ଶିଶିର ସାହୁ ମନୋଜ

Abstract

ରାଷ୍ଟ୍ରୀୟ ପତାକା ନମୋ ନମୋ

ରାଷ୍ଟ୍ରୀୟ ପତାକା ନମୋ ନମୋ

1 min
407

ରାଷ୍ଟ୍ର ଗଗନ ର ଦିବ୍ୟ ଜ୍ୟୋତି

ରାଷ୍ଟ୍ରୀୟ ପତାକା ନମୋ ନମୋ

ଭାରତ ଜନନୀ ଗୌରବଗାଥା

ଵିଶ୍ଵ ଗାୟକ ନମୋ ନମୋ

କରରେ ନେଇ ଆକୁ ଵୀର,

କୋଟି କୋଟି ଭାରତ ସନ୍ତାନ

ହସି ହସି ମାତୃଭୂମି ଚରଣେ

ଦିଅନ୍ତି ଜୀବନ ବଳିଦାନ

ହେଉ ଘୋଷିତ ନିର୍ଭୀକ ଵିଶ୍ଵରେ

ତରଳ ତିରଙ୍ଗା ନଵଲ ନିଶାଣ

ଵୀରର ହୃଦୟ ଚହଲି ଉଠୁ

ଜିତୁ କ୍ଷଣକେ ମଇଦାନ

ହେଉ ଶିରା ପ୍ରଶିରେ ବ୍ୟାପ୍ତ ଚରିତ୍ର

ଵୀରା ଶିବାଙ୍କ ନମୋ ନମୋ

ରାଷ୍ଟ୍ର ଗଗନ ର ଦିବ୍ୟ ଜ୍ୟୋତି

ରାଷ୍ଟ୍ରୀୟ ପତାକା ନମୋ ନମୋ

ଉଚ୍ଚ ହିମାଳୟର ଉର୍ଦ୍ଧ୍ଵ ଦେଶରେ

ଯାଇ ତିରଙ୍ଗାକୁ ଉଡାଇବା

ଵିଶ୍ଵ―ଵିଜୟିନୀ ରାଷ୍ଟ୍ର―ପତାକାର

ଗୌରବ ଆମେ ବଢାଇବା

ସମରାଙ୍ଗଣେ ପୁତା ପୁତ୍ରୀ

ସର୍ବେ ଲଢିବାକୁ ବଢିଯିବା

ଉଚ୍ଚରେ ଉଡୁଥିବ ଫର୍ ଫର୍

ପତାକା ନୁଆଇଁବାକୁ ନଦେବା

ଝଙ୍କୃତ ସ୍ଵର ସଂସାର ସିନ୍ଧୁରେ

ସ୍ଵାଧୀନତାର ନମୋ ନମୋ

ଭାରତ ଜନନୀ ଗୌରବଗାଥା

ଵିଶ୍ଵ ଗାୟକ ନମୋ ନମୋ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract