ରାମ ଭରତ ମିଳନ
ରାମ ଭରତ ମିଳନ
ଭରତ ଶତ୍ରୁଘ୍ନ ମାମୁ ଘରେ ଥିଲେ
ଜାଣି ଯେ କିଛି ନଥଲେ
ଦୁ ସ୍ୱପ୍ନ ଦେଖିଣ ଫେରି ଯେ ଆସିଲେ
ସେଠି ଆଉ ନ ରହିଲେ
ଆସି ଯେ ଦେଖିଲେ ଶ୍ରୀହୀନ ହୋଇଛି
ଦୁଃଖ ଯେ ଭରି ଯାଇଛି
ପିତା ଙ୍କ କକ୍ଷ କୁ ପ୍ରଥମେ ଯିବାକୁ
ଆଗେଇ ତ ଯାଉଅଛି
ମନ୍ଥରା ଡାକିଲେ ମାତା ଡାକୁଛନ୍ତି
ଅପେକ୍ଷା ତ କରିଛନ୍ତି
ଆସିବା ବାଟ କୁ ତୁମର ଭରତ
ଅନେଇ ସେ ରହିଛନ୍ତି
ଦେଖିଲେ ମାତା ଙ୍କ ବିଧବା ର ବେଶ
ସମ୍ଭାଳି ଯେ ପାରିଲେନି
ମାତା ଙ୍କ ମୁଖରୁ ସବୁ ଶୁଣି ସାରି
କ୍ରୋଧ ରୋକି ପାରିଲେନି
ସବୁ ଅନର୍ଥ ର କାରଣ ଯେ ଜାଣି
ମାତା ଙ୍କୁ ଗାଳି କଲେ
ଜନ୍ମ ସମୟର କାହିଁ ମାରିଲୁନି
ବୋଲି ତାଙ୍କୁ କହୁଥିଲେ
କୁଳ ନାଶିନି ତୁ ତୋର ପାଇଁ ଆଜି
କଳଙ୍କିତ ହୋଇଗଲି
ପିତା ଯେ ମୋଠାରୁ ଦୁରେଇ ଯେ ଗଲେ
ଭାଇଠୁ ଦୁରେଇ ଗଲି
ସମସ୍ତ ମାତାଙ୍କୁ କ୍ଷମା ମାଗିକରି
ବନ ଅଭିମୁଖେ ଗଲେ
ମାତା ମନ୍ତ୍ରୀ ସହ କାନ୍ଦି କାନ୍ଦି କରି
ଭାରତ ଯେ ଯାଉଥିଲେ
ଦୁରୁ ଦେଖିକରି ଲକ୍ଷ୍ମଣ ଜାଣିଲେ
ଭାରତ ଯେ ଆସୁଛନ୍ତି
ସେନା ମନ୍ତ୍ରୀ ସହ ଭରତ ଶତ୍ରୁଘ୍ନ
କୁଟୀର କୁ ଆସୁଛନ୍ତି
ଯୁଦ୍ଧ କରିବାକୁ ଆସୁଛନ୍ତି ଯଦି
ପ୍ରସ୍ତୁତ ହେବାକୁ ହେବ
ଭାରତ ସହିତ ଆମକୁ ହେ ପ୍ରଭୁ
ଯୁଦ୍ଧ କରିବାକୁ ହେବ
ପ୍ରଭୁ ରାମ ତାଙ୍କୁ ବୁଝାଇ କହିଲେ
ହେ ଲକ୍ଷ୍ମଣ ତୁମେ ଶୁଣ
ଭାରତ କାହିଁକି ଅସୁଯେ ଅଛନ୍ତି
ଆଗ ସେ ବିଷୟେ ଜାଣ
ଦୁରୁ ଦେଖି କରି ରାମଙ୍କୁ ଭରତ
କଇଁ କଇଁ କାନ୍ଦୁଥିଲେ
ଭାଇ ଭାଇ କହି ରାମଙ୍କ ପାଦରେ
ଭରତ ଲୋଟିପଡିଲେ
ମାତା ଗୁରୁ ମନ୍ତ୍ରୀ ଗୁରୁଜନ ମାନେ
ସଭିଏଁ ତ ଆସିଛନ୍ତି
ଆଗେ ଆଗେ କରି ଆସିଲି ମୁଁ ଭାଇ
ପଛରେ ସେ ଆସୁଛନ୍ତି
ଲକ୍ଷ୍ମଣ ବୁଝିଲେ ଭୁଲ ତାଙ୍କର
ଭରତ ଙ୍କୁ କହୁଥିଲେ
ଭରତ କହିଲେ ବାଣ ରେ କାହିଁକି
ମାରି ମତେ ନ ଦେଲେ
ସଭିଙ୍କ ମିଳନ ହୋଇଲା ସେଠାରେ
ସମସ୍ତେ ତ କାନ୍ଦୁଥିଲେ
ରାମଙ୍କୁ ଅଯୋଧ୍ୟା ଫେରାଇ ନେବାକୁ
ଭରତ ଯେ କହୁଥିଲେ
ଭରତ ଙ୍କ ତ୍ୟାଗ ପ୍ରେମ ର ତୁଳନା
କେଉଁ ପୁରରେ ତ ନାହିଁ
ଭରତଙ୍କ ପରି ଭାଇ ତ ଜଗତେ
ଆଉ ଯେ ମିଳିବ ନାହିଁ
ରାମଙ୍କୁ ଅଯୋଧ୍ୟା ନେବାକୁ ଭରତ
ପାଦେ ତାଙ୍କ କାନ୍ଦୁଥିଲେ
ପ୍ରଭୁ ରାମଚନ୍ଦ୍ର ଭରତ ଙ୍କୁ ଡାକି
ବୁଝାଇ ସବୁ କହିଲେ
ପିତାଙ୍କର କଥା ଅସତ୍ୟ ହୋଇଲେ
କୀର୍ତି ତାଙ୍କ ରହିବନି
ତୁମ ପ୍ରେମ ଆଗେ ନିଜକୁ ମୁ ଆଉ
ସମ୍ଭାଳି ଯେ ପାରିବିନି
ଚଉଦ ବରଷ ବନବାସ ସାରି
ଅଯୋଧ୍ୟାକୁ ଫେରିଯିବି
ବନବାସ ସାରି ଅଯୋଧ୍ୟା କୁ ଗଲେ
ରାଜ୍ୟ ଭାର ସମ୍ଭାଳିବି
ସେତେଦିନ ଯାଏଁ ଅଯୋଧ୍ୟାର ରାଜା
ତୁମେ ଯେ ଭରତ ହେବ
ରାଜା ହୋଇ ତୁମେ ଅଯୋଧ୍ୟା ବାସୀଙ୍କ
ପାଳନ ଯେ କରୁଥିବ
ଭରତ କହିଲେ କିଛି ମୁ ମାଗିଲେ
ମତେ ତୁମେ ଭାଇ ଦେବ
ତୁମ ପାଦ ଦୁଇ କଠଉ ଦୁହିଁଙ୍କୁ
ମତେ ଆଜିଠାରୁ ଦେବ
ସେ କଠଉ ନେଇ ସିଂହାସନେ ରଖି
ରାଜ କାର୍ଯ୍ୟ କରୁଥିବି
ଆପଣଙ୍କ ଦାସ ହୋଇକରି ପ୍ରଭୁ
ପ୍ରଜା ସେବା କରୁଥିବି
ରାମଙ୍କ ଆଖିରୁ ଝରୁଥାଏ ଲୁହ
ଦେଖି ଭରତ ଙ୍କ ପ୍ରେମ
ତୁମ ପରି ଭାଇ ମିଳିବନି କେବେ
ନାହିଁ ଯେ ତୁଳନା ତୁମ
କଠଉ କୁ ମୁଣ୍ଡେ ଧରିଣ ଭରତ
ବିଦାୟ ସେଠାରୁ ନେଲେ
ନନ୍ଦିଗ୍ରାମେ ରହି ବନବାସୀ ସମ
ରାଜ୍ୟ ସେବା କରୁଥିଲେ
ଧନ୍ୟ ସେ ଭରତ ତାଙ୍କ ପରି ଭାଇ
ଜଗତେ ମିଳିବେ ନାହିଁ
ତାଙ୍କ ସ୍ନେହଁ ପ୍ରେମ ତ୍ୟାଗର ତୁଳନା
କେବେବି ହୋଇବ ନାହିଁ