STORYMIRROR

Bidyadhar Mantry

Comedy

4  

Bidyadhar Mantry

Comedy

ରାମ ଆରାମ

ରାମ ଆରାମ

2 mins
327


ଦେଖିବାକୁ ଅବିକଳ ରୁପ

ଘର ଲୋକ ବ୍ୟତିତ ଅନ୍ୟ ମାନଙ୍କୁ ବ୍ୟତିକ୍ରମ

କିଏ ରାମ ,କିଏ ଆରାମ

ନିହାତି ନିଜର ଲୋକ ହିଁ କହି ପାରିବେ

ତଥାପି ବେଳେବେଳେ ଦ୍ଵନ୍ଦ 

ଖୁସିର ମୂର୍ତ୍ତିମନ୍ତ ଦୁଇ ଭାଇ, ଯାଆଁଳା ଜନ୍ମିତ ।


ସଭିଙ୍କୁ ଅଡୁଆ ଓ ଦ୍ଵନ୍ଦ,ଦୁଇ ଭାଇ ରାମ ଆରାମ

ଖେଳ ପଡିଆ, ସ୍କୁଲ୍ ,ଦୋକାନ ବଜାର

ରାମ କୁ ଆରାମ,ଆରାମ କୁ ରାମ

ହସ ଓ କମେଡି ବି ଦେଖିବାକୁ ମିଳେ

ମୁଁ ସିଏ ନୁହଁ,ସେ ମୁ ନୁହେଁ

ଦେଖିଲେ ହସ,ଶୁଣିଲେ ହସ

ହସରେ ହସରେ ରାମ ଓ ଆରାମ ।


ପାଠ ପଢିବା ସମୟ

ସ୍କୁଲ୍ ରେ ବି ଦ୍ଵନ୍ଦ,ଠିକ୍ ଚିହ୍ନିବାରେ

ବେଶି ଅଡୁଆ ଶ୍ରେଣୀ ଶିକ୍ଷକ ଙ୍କୁ

କିଛି ଦିନ ପରେ ହିଁ ଜାଣି ହେଲା

କିଏ ରାମ,କିଏ ଆରାମ

ତଥାପି ବେଳେବେଳେ ଭ୍ରମ

ଏକା କ୍ଲାସ୍ ରେ ଦୁଇ ଜଣ

କ୍ଲାସ୍ ମେଟ୍ ମାନ ଙ୍କୁ ଭାରି ମଜା,ରାମ ଓ ଆରାମ

ହସ ଖୁସିରେ ପାଠ ପଢା,ଟିକିଏ ଅଡୁଆ ଅଡୁଆ ।


ସମୟ ଚକ୍ର ରେ ,ପ୍ରାପ୍ତ ବୟସ୍କ

ଏବେ ଝିଅ ଙ୍କୁ ଚାହିଁବା ବୟସ

କୁମାରୀ କନିଆ ବି ପୁରା ଛାନିଆ

କାହାକୁ ଇଂଗିତ କରିବ,ଭୁଲ୍ ବି ହେଇ ପାରେ

ରାମ ନ ହୋଇ ଆରାମ ହେଲେ

ଆରାମ ନ ହୋଇ ରାମ ହେଲେ

ହସ କୁ ଚାପି ରଖିଲେ ବି ରହୁନି

ଦୁଇ ଭାଇ ବି କମ୍ ନୁହନ୍ତି

ଯାହା ବି କରୁଛନ୍ତି , ଦୁଇ ଜଣ ମିଳିମିଶି ।


ଘରକୁ ବି ଅଭିଯୋଗ ଆସୁଛି

ତୁମ ରାମ,ଆରାମ ବହୁତ ଦୁଷ୍ଟ ହେଲେଣି

ରାମ କୁ ନେଇ କହିଲେ ମା ହସୁଛି

ଆରାମ ନାମରେ କହିଲେ ବି ମା ହସୁଛି

ଭୁଲ୍,ରାମ ନୁହେଁ ସେ ଆରାମ

ଆରାମ ନୁହଁ ସେ ରାମ

ମା ର ଚିହ୍ନିବା ରେ ଭୁଲ୍ ନାହିଁ

ପରେ ପରେ ଦୁଇ ଜଣଙ୍କ କାନ ମୋଡା

ତଥାପି ଦୁଇ ଜଣ ଙ୍କ ଦୁଷ୍ଟାମି ।


ଏବେ ଝିଅ ଦେଖା ଚାଲିଛି,ବାହାଘର

ହେଲେ ବି ଅଡୁଆ କଥା

ରାମ କହୁଛି,ଆରାମ ର ବାହାଘର ହେଉ

ଆରାମ କହୁଛି ରାମ ର ବାହାଘର ହେଉ

କଥା ଥିଲା,ଦୁଇ ଜଣ ଙ୍କ ବାହାଘର

ପୁଣି ଅଡୁଆ,ବୋହୂ ଆସିଲେ ଚିହ୍ନିବା ଅଡୁଆ

ଓଲଟ ପାଲଟ ବି ହେଇଯିବ

ଉପାୟ ହେଲା,ଜଣ ଜଣ କରି ଦୁଇ ଥରରେ ।


ସେଇୟା ବି ହେଲା

ଆଗ ପଛ ହୋଇ ବାହାଘର ବି ହେଲା

ମଝିରେ ମଝିରେ ଓଲଟ ପାଲଟ ବି ହେଲା

ରାମ ଆରାମ ଜାଣିଲେ,ଖୁସି ବି ହେଲେ

ଯାହା ହେଉ,ଫାଇଦା ତ ହେଉଛି

ପରେ ପରେ ରାମ -- ଆରାମ ର ସ୍ତ୍ରୀ ଦୁହେଁ

ଜାଣିଲେ,ସେମାନେ ବି ହସିଲେ

ଯାହା ହେଉ, ଡବଲ୍ ମଜା ତ ଚଖା ହେଲା

ହେଲେ ଆଉ ନାହିଁ,ଏବେ ଚିହ୍ନା ଚିହ୍ନା ।


ରାମ ଓ ଆରାମ ଏବେ ପିଲାର ବାପା

ଖୁସି କହିଲେ ନ ସରେ

ପୁଣି ଅଡୁଆ, ପିଲାମାନଙ୍କୁ

ମୋ ବାପା କିଏ,ତୋ ବାପା କିଏ

ପିଲାର ମା ମାନେ ଠିକ୍ ଚିହ୍ନାଇ ଦେଲେ

କେତେ ଦିନ ଅଡୁଆ ଅଡୁଆ ,ଏବେ ସବୁ ଠିକ୍ 

ଗୋଟିଏ ଲେଖାଏଁ ପିଲା,ରାମ ଓ ଆରାମ ର

ଆଉ ବେଶି ଅଡୁଆ ନାହିଁ

ସୁଖୀ ପରିବାର,ଖୁସି ରାମ ଓ ଆରାମ ।



Rate this content
Log in

Similar oriya poem from Comedy