ରାକ୍ଷୀରେ ରାକ୍ଷୀରେ ରାକ୍ଷୀ
ରାକ୍ଷୀରେ ରାକ୍ଷୀରେ ରାକ୍ଷୀ
ରାକ୍ଷୀରେ ରାକ୍ଷୀରେ ରାକ୍ଷୀ
ତୋତେ ବାନ୍ଧି ଦେବି
ମୋ ଭାଇ ହାତରେ
ରହିବୁ ତୁ ଚିର ସାକ୍ଷୀ,
ଭାଇ ଭଉଣୀ ଆମେ ଦୁହେଁ
ମାଆ ବାପାଙ୍କର ଦୁଇ ଆଖି ।
ମୋ ଭାଇ ଦେଖାଏ
ଯେଉଁ ବାଟ ଚାଲେ ମୁଁ ଦେଖି,
ତାର ସେନେହ ମୋ ହୃଦ ଚନ୍ଦନ
ନିଏ ସରାଗରେ ମାଖି ।
ରାକ୍ଷୀରେ ରାକ୍ଷୀରେ ରାକ୍ଷୀ
ମୋ ଭାଇ ମୋ ଉପରେ
ସଦା ଶୁଭଦୃଷ୍ଟି ଥାଏ ରଖି,
କଥା ତାର ସବୁ ମାନୁ ଥାଏ ମୁଁ
ତା ମନକୁ ପରଖି ।
ଭାଇର ଇଚ୍ଛା ମୁଁ ବଡ଼ ହୁଏ
ଭଲ ହୁଏ ରୂପ ଗୁଣରେ
ଆଶାକୁ ତାର ରଖେ ଲେଖି,
ମୋ ଭାଇର ମୁଁ ଭାରି ଅଲିଅଳି
ସେ ମୋ ଯତନ ନିଏ
ମୋତେ ଦେଖିବାକୁ ସୁଖୀ ।
ରାକ୍ଷୀରେ ରାକ୍ଷୀରେ ରାକ୍ଷୀ
ଭାଇ ମୋର ଭୁଲ୍ ଦେଖେ
ଅତି ପାଖରୁ ନିରେଖି,
ସୁଧୁରି ଯିବାକୁ ବଦଳେ ନିଜେ
ତା ଉପଦେଶକୁ ମାନେ ମୁଁ
ସବୁ ଟିକିନିଖି ।
ମୋ ଭାଇ ହୃଦୟ ପଞ୍ଜୁରୀର
ମୁଁ ଏକ ସୁନା ପକ୍ଷୀ,
ଅତି ଗେଲରେ ମୋତେ ରଖିଛି
ଦିଏନା ହେବାକୁ ନିରିମାଖି ।
ରାକ୍ଷୀରେ ରାକ୍ଷୀରେ ରାକ୍ଷୀ
ଆମ ଭାଇ ଭଉଣୀର
ପବିତ୍ର ସଂପର୍କ ଅମ୍ଳାନ ରଖି,
ଜୀବନର ଚଲା ପଥେ ପଥେ
ମୁଁ ଚାଲୁଥିବି ସଳଖି ।
ମୋ ଭାଇ ମୋ ପାଇଁ
ଦେବଦୂତ ହୋଇ ଆସିଛି
ତା ନଜର ମୋ'ଠି ରହିଛି ଲାଖି,
ସେ ମୋ ରକ୍ଷା କବଚ ହୋଇ
ଯୁଗ ଯୁଗ ପାଇଁ ରହୁ
ପ୍ରାର୍ଥନା କରୁଛି
ଆଶିଷ ଦେବେ ଚକାଆଖି ।
