STORYMIRROR

DILIP KUMAR SAHOO

Inspirational Others

2  

DILIP KUMAR SAHOO

Inspirational Others

ରାକ୍ଷୀ

ରାକ୍ଷୀ

1 min
48

      

    ପ୍ରତି ବର୍ଷ ଏଇ ରାକ୍ଷୀ ପୂହ୍ନେଇରେ

         ଭଉଣୀ ପଠାଏ ରାକ୍ଷୀ

   କାହିଁ କେତେ ଦୂରୁ ପଠାଇ ଥାଏ ସେ

        ସିନେହ ଶରଧା ମାଖି

   ଭଉଣୀର ସେହି ସ୍ନେହ ମମତାକୁ

           ଭାଷାରେ ହେବନି ଲେଖି

    ହାତରେ ବାନ୍ଧେ ମୁଁ ରେଶମୀ ଡୋରକୁ

          ଠାକୁରଙ୍କୁ ରଖି ସାକ୍ଷୀ

   ମା ର ମମତା  ଭଉଣୀର ସ୍ନେହ

           କିଏ ହେବ ତାର ତୁଲ

    ପତ୍ନୀର ପିରତି  ଝିଅର ଶରଧା

            ସିଏତ ଅମୂଲ ମୂଲ

   ଅବୁଝା ଲୋକତ ବୁଝନ୍ତିନି ଜମା

             ମମତାର ଏଇ ମୂଲ

 କଳିଟିଏକୁ ସେ   ଦଳି ଦିଅନ୍ତିତ

              ଫୁଟିବା ଆଗରୁ ଫୁଲ

 ଝିଅ ନୁହେଁ ଜମା ଅଲୋଡା ଅଖୋଜା

                ଝିଅଙ୍କୁ ଟେକନି ନାକ

      ସ୍ନେହ ଆଦରରେ ଝିଅଙ୍କୁ ଗଢିଲେ

                ରଖିବେ ଘରର ଟେକ

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational