ରାକ୍ଷୀ ମହକ
ରାକ୍ଷୀ ମହକ
ରାକ୍ଷୀ ମହକ
ମହକି ଯାଏ ସାରା ମୂଲକ
ପବିତ୍ର ସଂପର୍କର ଏ ପ୍ରତୀକ
ଭଉଣୀଟିଏ ବାନ୍ଧି ଦେଇ
ଭାଇ ହାତେ ରାକ୍ଷୀ
ରଖେ ତାହାର ଟେକ
ଭରସା ବିଶ୍ବାସ ତା' ଅନେକ
ହୃଦୟେ ଭରି ଶ୍ରଦ୍ଧା ସେନେହ
ରଖିଥାଏ ଜୀବନ ଯାକ
ଅତୁଟ ଏ ଭାବ ବନ୍ଧନ
ଭାଇ ସଦା ହୋଇ ରହେ
ଭଉଣୀର ରକ୍ଷକ
ଭାଇ ଭଉଣୀର ମନ ପ୍ରାଣ
ହୋଇଥାଏ ଏକ
ଆପଦେ ବିପଦେ ପାଶେ ରହି
ଭାଇ ହୁଏ ଭଉଣୀର ସହାୟକ
ଜୀବନେ ଦେଖାଇ ଥାଏ
ତାର ନ୍ୟାୟ ନୀତି ଆଦର୍ଶ
ଭଉଣୀ ପାଇଁ ଯା' ହୁଏ ଶୁଭଦାୟକ
ଭଉଣୀଟିଏ ଭାଇର ଲାଗି
ମଙ୍ଗଳ କାମନା କରି
କରେ ବାର ବ୍ରତ ବରଷ ଯାକ
ରାକ୍ଷୀ ମହକ
ହୃଦୟରୁ ହୃଦୟକୁ ଛୁଏଁ
ଜୀବନକୁ କରେ ଆନନ୍ଦ ଦାୟକ
ସୁଖ ଶାନ୍ତି ତୃପ୍ତି ଦିଏ ଭରି
ଦୁହେଁ ହୋଇଥାନ୍ତି
ପ୍ରଭୁଙ୍କର ଉପାସିକା ଉପାସକ
ପବିତ୍ର ପ୍ରାଣରେ ଆଣିଦିଏ
ଏ ଅସରନ୍ତି ପୁଲକ
ଦୂରେଇ ଦିଏ ମନରୁ ଗ୍ଳାନି
ହସ ଖୁସିରେ ଭାଇ ଭଉଣୀ
ଜୀବନକୁ ତାଙ୍କର କରନ୍ତି ସାର୍ଥକ।
