Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAHAS KUMAR BEHERA

Children

3  

RAHAS KUMAR BEHERA

Children

ରାଜନନ୍ଦିନୀ

ରାଜନନ୍ଦିନୀ

1 min
6.7K


ସୁନା ପଲଙ୍କରେ ରାଜନନ୍ଦିନୀ
ରୂପଟି ତାହାର କିସୁନ୍ଦର ଆହା ,
ବସିଛି ମଉନେ ଭାରି ଗୁମାନି ! ।

ସାରୁ ପତରିଆ କଅଁଳ ମନ
ଢଳଢଳ ନିତି ଧରୁନି ଘରଲୋ ,
ଅସମ୍ଭାଳ ଦେଖି ପୁନେଇ ଜହ୍ନ ।

ଫୁଲର ସହରେ ଲକ୍ଷେ ଭଅଁର
କାହାକୁ କରିବ ଅତି ନିଜରସେ ,
ଉଡିଯାନ୍ତି ସବୁ କରିଣ ପର ।

ଅଦିନେ ମାଇଲା ଚଇତି ଖରା
ଅଲୋଡା ହେଲାଣି ରୂପ ପସରାଲୋ ,
ଗୋରା ଦେହକି'ତା ଦିଶୁଛି ତୋରା ।

ଝୁମୁରୁ ଝୁମୁର ପାଦ ପାଉଁଜି
ସବୁ ସାଙ୍ଗସାଥି ଗଲେ ବାହାହୋଇ
ଝୁମୁରି ଚାହିଁଛି ଜଳକାହୋଇ ।

ଲକ୍ଷେ ଛାୟାଚିତ୍ର ଇନ୍ଦ୍ରଧନୁର
ସଜେଇ ଆଙ୍କିଛି କାମଦେବ ଆଃହା
ଦେଖିଦେଲେ ଫେରେ ନାହିଁ ନଜର ।

ଆଲୋ ମୋ ଫୁଲେଇ କଖାରୁ ଫୁଲ
ବାହାପାଞ୍ଜି ଥରେ ଖୋଲିଯାଉ ତୋର
ବୁଲୁଥିବୁ କେତେ ହୋଇଣ ଗେଲ ।

ରୋଷେଇ କରିବୁ ଶାଗ ବେସର
କୁନା କୁନି ଦୁହେଁ ହସିଦେଲେ ଥରେ
ଭୁଲିଯିବୁ ପରେ ପଡିଶା ଘର ।

ଚାରି ଚକୁଳିରେ ଆଠଟି ଚାଇଁ
ଭାଇନା ଆସିଲେ ଚା' କରିଦେବୁ
ଆମେ ଗଲେ ମୁହଁ ଦେବୁଆଡେଇ ।

ରାହାସ କୁମାର ବେହେରା
ଵାଲ୍ୟମ୍ବା , ଭାପୁର , ଢେଙ୍କାନାଳ
ମୋ: 8280336088


Rate this content
Log in

Similar oriya poem from Children