ରାଧା ଲୋ ରାଧା
ରାଧା ଲୋ ରାଧା


ରାଧାଲୋ ରାଧା
କଥା ସବୁ ରହିଗଲା ଅଧା
କାହ୍ନୁ ଗଲା ମଧୁପୁର
ତୋତେ କରି ସାତପର
ଦୁନିଆ ହୋଇଲା ତୋ
ଆଖି ଲୁହରେ ଓଦା ..
ରାଧାଲୋ ରାଧା ...
ସାକ୍ଷୀ ଏ କଦମ୍ବ ମୂଳ
ସାକ୍ଷୀ ଏ ଯମୁନା କୂଳ
କାହ୍ନୁର ବଇଁଶୀ ସୁର
କିଣିନେଲା ମନ ତୋର
କୂଳ ଭୁଆଶୁଣୀ ହୋଇ
କୁଞ୍ଜବନେ ଗଲୁ ଧାଇଁ
କୂଳ ଲାଜ ଭୁଲିଗଲୁ
ରାସରେ ତୁ ରସିଗଲୁ
ରାଧାଲୋ ରାଧା
କଥା ସବୁ ରହିଗଲା ଅଧା
ଫେରିଲାନି କାହ୍ନୁ ଆଉ
ବିଧାତା ସାଧିଲା ଦାଉ
ମିଛରେ ରଟିଲା ତୋ ନାଁ ରେ
ଅପବାଦ ନିନ୍ଦା
ରାଧାଲୋ ରାଧା ....
ପାଉଥିଲା ଏତେ ଭଲ
କଲା କିଆଁ କଲବଲ
ଅବୁଝା ଏମିତି ହେଲା
ତୋ ମନକୁ ନବୁଝିଲା
ଜାଣିଜାଣି ଗଲା ଚାଲି
ଫେରି ଚାହିଁଲାନି ବୁଲି
ତା ବାଟକୁ ଚାହିଁଚାହିଁ
ରାତି ଗଲା କେତେ ପାହି
ରାଧାଲୋ ରାଧା
କଥା ସବୁ ରହିଗଲା ଅଧା
ଜଳାଇ ଜଳାଇ ତୋତେ
କିଲାଭ ପାଇଲା ସତେ
ମିଛେ ଯାହା ମନକୁ ତୋ
ଦେଲୁ ତାକୁ ବନ୍ଧା
ରାଧାଲୋ ରାଧା ....।