STORYMIRROR

Debaki Behera

Romance

3  

Debaki Behera

Romance

ରାଧା ବିନା କ୍ରିଷ୍ଣା ଅଧା

ରାଧା ବିନା କ୍ରିଷ୍ଣା ଅଧା

1 min
88

ରାଧା ବିନା କ୍ରିଷ୍ଣା ଅଧା ଶୁଣିଥିଲି ମୁହିଁ

କ୍ରିଷ୍ଣା ପୁଣି ଶତ ନାରୀ ବିଭା ହେଲେ କାହିଁ।


ପ୍ରେମ ଅଟେ ପବିତ୍ର ଯେ ଉଦାହରଣ ଦେଉ

ରାଧା କ୍ରିଷ୍ଣା ରାଧେ କୃଷ୍ଣ କେତେ ଜପିଥାଉ।


କ୍ରିଷ୍ଣା ପାଇଁ ରାଧା ପୁଣି ହେଲେ କଳଙ୍କିନ

ସେଇ ପ୍ରେମ ପବିତ୍ର ପୁଣି ନାହିଁ ତୁମ ଗ୍ଲାନି।


କ୍ରିଷ୍ଣା ପାଇଁ ରାଧା ତାର ସଂସାର ତ୍ୟାଗିଲା

ରାଧା ପାଇଁ କ୍ରିଷ୍ଣା ପୁଣି କ'ଣ କରିଥିଲା।


ସବୁ ପ୍ରେମ ମିଛ ଭାଇ ବୁଝିଗଲି ମୁହିଁ

ସଂସାରରେ ପ୍ରେମ ଠାରୁ ଧୋକା କିଛି ନାହିଁ।


ଯେଉଁ ପ୍ରେମ ପାଇଁ ତୁହି ସମସ୍ତ ତ୍ୟାଗିବୁ

ସେଇ ପ୍ରେମ ଦିନେ ତୁହି ନିଶ୍ଚେ ହରାଇବୁ।


ଆଜିକାଲି ସିନ୍ଦୂର ତ ଅଟେ ମାତ୍ର ରଙ୍ଗ

ତାରି ପାଇଁ ପୁରୁଷ ଯେ ଦେଖାନ୍ତି କେତେ ରଙ୍ଗ।


ପୁରୁଷ ଯେ ଶତ ନାରୀ ରଖିପାରେ ଭଲେ

ତାପରେ ବି ସେହି ପୁଣି ମହାନ ବି ବୋଲେ।


ରାଧା କ୍ରିଷ୍ଣା ପ୍ରେମ ଦ୍ୱାହି ଦିଅ ନା'ରେ କେହି

ପ୍ରେମ ବୋଲି କିଛି ନାହିଁ ମାନିଯାଲୋ ତୁହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance