STORYMIRROR

Gunanidhi Samal

Tragedy

3  

Gunanidhi Samal

Tragedy

ପୂରୁବ ସୂରୁଯ ପଶ୍ଚିମକୁ ଗଲା

ପୂରୁବ ସୂରୁଯ ପଶ୍ଚିମକୁ ଗଲା

1 min
254

ପୂରୁବ ସୂରୁଯ ପଶ୍ଚିମ"କୁ ଗଲା

ଦିନ ଯାଇ ହେଲା ରାତି

କେତେ ଆଶାନେଇ ବେଶ ହୋଇଥିିଲି

ତୁମେ କି ଆସିଲ ସାଥୀ ,

ସକାଳ ପହରୁ ବାଡ଼ି ଅଗଣାରେ

କୁଆ ଛାଡୁଥିଲା ରଡି

ଚାଉଳ ମୁୁଠାଏ ତା'ଆଗେ ଥୋଇଲି

ଖାଇଦେଇ ଗଲା ଉଡି ,

ତୁମେ ଆସିବାର କଣ୍ଟ ଥିଲା ଆଜି

ହୋଇଥିଲି କେତେ ଖୁସି

ପୂରୁବ ସୂରୁଯ ପଶ୍ଚିମକୁ ଗଲା।

ଗୋବର ଲିିିପିଲି ଘର ଓଳାଇଲି

ଝୋଟି ପକାଇଲି କାନ୍ଥେ

ବାତାୟନ ପାଶେ ଚାହିଁଲି ଏକାନ୍ତେ

ତୁମରି ଫେରିବା ପଥେ ,

ସୂରୁଯ ନଇଁଲା ଜହ୍ନ ଦେଖାଦେଲା

ତାରାଫୁୁୁଲ ଗଲେ ଫୁଟିି

ଆଶା ମରିଗଲା ନିରାଶା ଅନ୍ଧାରେ

ପିନ୍ଧାକାନି ଗଲା ତିନ୍ତି ,

ଜାଗର ଜାଳିଲି,ସଂଜବତୀ ଦେଲି

ତୁମରି ଶୁଭ ମନାସି

ପୂରୁବ ସୂରୁଯ ପଶ୍ଚିମକୁ ଗଲା।


Rate this content
Log in

Similar oriya poem from Tragedy