ଧରାକୁ ଆସିଛୁ ଧାରା ଶ୍ରାବଣ
ଶ୍ରୀକ୍ଷେତ୍ରପତି ଜଗନ୍ନାଥଙ୍କ ରାଣ
ଓଡିଶା ଆରାଧ୍ୟ୍ୟ ପୁରୀ ସର୍କାର
ଲୀଳା ଖେଳା ହୁଏ କେତେ ପ୍ରକାର
ଅବଢ଼ା ରାନ୍ଧିବା ସହଜ ନୁହଁ
ଲଷ୍ମୀଙ୍କ ପରଷା ଅମୃତ ମଣୋହି କୁହ
ନୀଳଚକ୍ରବାନା ପବନ ବିପରୀତେ
ଉଡି କହେ ଜଗନ୍ନାଥ ମନ୍ଦିର ଶ୍ରୀକ୍ଷେତ୍ରେ
ତାଙ୍କ ପରି ନାହିଁ କେହି ଏଇ ଜଗତେ
ଲୀଳା ଖେଳା ଓ ମେଖଳା ସବୁ ତାଙ୍କ ହାତେ
ଦାସିଆ ବାଉରୀ ବନ୍ଧୁମହାନ୍ତି ପରି ଭକତେ
ସାଲବେଗଙ୍କ ପାଇଁ ରଥ ରୁହେ କେମନ୍ତେ
ଶ୍ରୀକ୍ଷେତ୍ର ପୁରୀ ଉପମା ନାହିଁ ତାହାରି
ନୀଳାଚଳଧାମ ଚାରିଧାମ ଭିତରୁ ପୁରୀ
ଗୁଣ୍ଡିଚା ରାଣୀ ହେଲେ ଅନ୍ଧୁଣୀ
ଆଧାଗଢ଼ା ଠାକୁର ନିଜେ ନିଜକୁ କରି
ଜନ୍ମଦେବୀକୁ ଆସନ୍ତି ଠାକୁର ଅତୀତ ସ୍ମରି
ମାଆ ପରି ମାଉସୀମାଆ ପୋଡ଼ପିଠା କରି
ସୁଆଦ ଭାରି କେ ହେବ ସରି
ନୀଳସମୁଦ୍ରରେ ଭାସୁଥିଲେ ଶ୍ରୀହରି
ଦାରୁ ଦେବତା ନାମରେ ପାରାବାରେ
ଭାସୁଥିଲେ ବିଶ୍ଵାବସୁଙ୍କ ନୀଳକନ୍ଦରୁ ଫେରି
ବେଶ ବାସ ବାର ମାସେ ତେର ପର୍ବ
ଚାରିଧାମ ଭିତରୁ ଅନ୍ୟତମ ପୁରୀ ଆମରି
ନରେନ୍ଦ୍ର ମାର୍କଣ୍ଡ ଶ୍ଵେତଗଙ୍ଗା ମଣିକର୍ଣ୍ଣିକା ଆବୋରି
ଜଗନ୍ନାଥ ମହୋଦଧି ପାଇଁ ପୁରୀ ପ୍ରସିଦ୍ଧ ଭାରି
ଓଡିଶା ଆରାଧ୍ୟ୍ୟ ବୁକୁରେ ଧରି
ଜଗନ୍ନାଥ ସେତ ସବୁରି
ପୁରୀକୁ ଆସିଲେ ଅଭଡ଼ା କୈବଲ୍ୟ ସାଥିରେ
ଖଜା ଜଗନ୍ନାଥବଲ୍ଲବ ଉପୁରି
ପାଟି ଓ ପେଟ ଏକାଠି ପୁରି
ହରିବୋଲ ହୁଳହୁଳି ପକାନ୍ତି ଭକ୍ତ ତାଙ୍କରି
ସାଇଜାତ ନାଗାମେଢ଼ ଘୋଡାନାଚ ପ୍ରସିଦ୍ଧ ଭାରି