Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

3  

DILIP KUMAR SAHOO

Classics

ପୁନେଇଁ ରାତି

ପୁନେଇଁ ରାତି

1 min
133


ଜୋଛନା ସାଉଁଳା ପୁନେଇଁ ରାତିରେ

ମାଟିରୁ ଆକାଶ ହସେ

ତୋଫା ଆଲୁଅରେ ଦିଗ ଚଉଦିଗ

ସତେକି ସୁନ୍ଦର ଦିଶେ ।

ଦୋଳ ପୁନେଇଁରେ ରାତିସାରା ହୁଏ

 ଦେଉଳରେ ଦୋଳଯାତ

 ଭାରି ଭଲଲାଗେ ଦୋଳମେଲଣରେ

 ହରି ଶଙ୍କରଙ୍କ ଭେଟ ।l

 ଚଇତି ପୁନେଇଁ ଜହ୍ନ ଯୋଛନାରେ

 ଚୋରା ଚଇତାଳି ମିଶି

 ଅଜଣା ପୁଲକ କଅଁଳ ମନେ ମୋ

  ଅଜାଣତେ ଯାଏ ନେସି ।

  ବୈଶାଖ ପୂର୍ଣ୍ଣିମା ଜହ୍ନର ଆଲୁଅ

  ବୁଦ୍ଧଙ୍କର ବାଣୀ ଘୋଷେ

  ସତ୍ୟ ଅହିଂସା ର ମହିମା ମଣ୍ଡିତ

  ଆଲୋକିତ ପଥ ହସେ ।

  ଜ୍ୟେଷ୍ଠମାସ ଶେଷ ପୁନେଇଁ ପରଷ

 ଜହ୍ନର ଜୋଛନା କହେ

 କାଳିଆ ସାଆନ୍ତ ଜ୍ବରେ ଥରହର

 ଖଇଫୁଟା ତାତି ଦେହେ ।

  ଆଷାଢ଼ ପୂର୍ଣ୍ଣିମା ଜହ୍ନ ଆଲୁଅ ରେ

  ଗୁରୁଙ୍କର ବନ୍ଦାପନା

  ଶ୍ରାବଣ ପୂର୍ଣ୍ଣିମା ଝୁଲଣ ଯାତରା

  ମନ ହୁଏ ଆନମନା ।

 କୁଆଁର ପୁନେଇଁ ଜହ୍ନରାତି ଗାଏ

 କୁଆଁର ପୁନେଇଁ ଗୀତ

 ମନହୁଏ ଖାଲି ନାଚନ୍ତି ଝୁମନ୍ତି

 ମାଟି ସାଥେ ହୋଇ ମିତ ।

 ଇନ୍ଦୁ ପୁନେଇଁରେ ଜହ୍ନର ଆଲୁଅ

 ଶିଶିରରେ ହୁଏ ଭିଜା

 କାର୍ତ୍ତିକ ପୁନେଇଁ ତୋଫା ଜହ୍ନରେ ତ

 ଡଙ୍ଗା ଭସାଇବା ମଜା । 

 ମଗୁଶୁର ମାସ ପୁନେଇଁ ରାତିରେ

 ପଣ୍ଡୁଓସା କରେ ମାଆ

 ପୁଷ ପୁନେଇଁର ପୁଷ ମଣ୍ଡାପିଠା

 ଲାଗେଭାରି ସୁଆଦିଆ ।

 ମାଘ ପୂର୍ଣ୍ଣିମା ତ ଅଗିରା ପୁନେଇଁ

 ଗାଁ ମୁଣ୍ଡେ ଅଗି ଜଳେ

  ଶୀତ ଚାଲିଯାଏ ଫଗୁଣ ପରଷ

 ରଙ୍ଗର ଅବିର ବୋଳେ ।

 ବାରମାସ ବାର ପୁନେଇଁ ରାତିର

 କାହାଣୀ ତ ନୂଆନୂଆ

 ଆନନ୍ଦ ମୁଖର ସବୁ ଗାଁ ଗଣ୍ଡା

 ଭାବ ହୁଏ ଦିଆନିଆ ।


Rate this content
Log in

Similar oriya poem from Classics