STORYMIRROR

Prafulla Chandra Mishra

Inspirational

2  

Prafulla Chandra Mishra

Inspirational

ପ୍ରତୀକ୍ଷା ରତ

ପ୍ରତୀକ୍ଷା ରତ

1 min
13.7K


o ଅପେକ୍ଷା ରେ

• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା

• --------- -------------------- ----------

• ଖୋଲିଦେଇ ବେଣୀ

• ପ୍ରତିଜ୍ଞାବଦ୍ଧ ଯାଜ୍ଞସେନୀ

• ଦୁଃଶାସନ ରକ୍ତ ପ୍ରତୀକ୍ଷା ରେ

• ମହାଭାରତ ଯୁଦ୍ଧ ପାଇଁ କୁରୁକ୍ଷେତ୍ର

• ଅପେକ୍ଷାରେ ।।

• ଶକୁନିର ପିତୃପୁରୁଷ

• ଏବେ ବି ଅପେକ୍ଷା ରତ

• କୁରୁବଂଶ

• କେବେହେବ ଧ୍ବଂସ ।।

• ଅପେକ୍ଷାରେ ଦୁର୍ଯ୍ୟୋଧନ

• ଅପାଣ୍ଡବା କରିବ ଧରଣୀ

• ଭୋଗିବାକୁ

• ନିଷ୍କଣ୍ଟକ ରାଜ୍ୟ ।।

• “ସୁତପୁତ୍ର, ଅପମାନ

• ପ୍ରତିଶୋଧ ଅପେକ୍ଷା ରେ

• ଅଙ୍ଗରାଜ କର୍ଣ୍ଣ

• କରିବାକୁ ପାର୍ଥର ନିଧନ ।।

• ପକ୍ଷ, ପ୍ରତିପକ୍ଷ ସମସ୍ତଙ୍କ ଅପେକ୍ଷା ,

• ଏଠି ନିୟତି ବି ଅପେକ୍ଷା ରତ

• କରିବାକୁ

• ଧର୍ମ ସଂସ୍ଥାପିତ ।

• ( ୨)

• କପଟ ପଶାଖେଳ , ଗାନ୍ଧାରୀଙ୍କ ତୁଚ୍ଛା ଅନ୍ଧ ଅଭିନୟ

• ଅନ୍ଧ ଧୃତରାଷ୍ଟ୍ର , ଏବେ ହସ୍ତିନାର ଭାଗ୍ୟ ନିୟଂତ୍ରକ ।

• “ଯୁଦ୍ଧ କ୍ଷେତ୍ରେ ଶରଶଯ୍ୟାରେ ଶୟିତ ସ୍ଵଂୟ ଭୀଷ୍ମ ପିତାମହ

• ମୃତ୍ୟୁ ଅପେକ୍ଷାରେ, ଅବିରତ ଘୁରେ ଦେଖଏଠି କାଳଚକ୍ର ।।

• ଖେଳ ଖାଲି ରକ୍ତ ଆଉ ମୃତ୍ୟୁର ,ଅହମିକା ଅହଂକାରର

• ସୁର,ବୀର,ରଥୀ, ମହାରଥୀ ତୁଚ୍ଛା ବଡିମା ତୁଚ୍ଛା ବଳବୀର୍ଯ୍ୟ ।

• ସବୁର ନିୟନ୍ତ୍ରକ ଜଣେ ସେହିଁ କରେ ସୃଷ୍ଟି କରେ ବି ସଂହାର

• ଆଜି ଦେଖ ରକ୍ତିମ ରଙ୍ଗରେ ଅପେକ୍ଷାରତ ଅସ୍ତଗାମୀ ସୂର୍ଯ୍ୟ ।।

• ------+++-----+++-----








Rate this content
Log in

Similar oriya poem from Inspirational