STORYMIRROR

Kabiratna Nutan Kumar Behera

Drama Action Classics

4  

Kabiratna Nutan Kumar Behera

Drama Action Classics

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
340

    


ଏ ଓଡିଶା ମାଟିର ଆରାଧ୍ୟ ଦିଅଁ 

        ଶ୍ରୀଜଗନ୍ନାଥ ସାଥେ ବଳଭଦ୍ର,

ତାଙ୍କୁ ନେଇ ଗଢା ଓଡ଼ିଆ ସଂସ୍କୃତି 

        ପାଳନ୍ତି ବ୍ରାହ୍ମଣଙ୍କ ଠାରୁ ଶୂଦ୍ର।

ବାର ମାସେ ହୁଏ ତେର ଯାନିଯାତ୍ରା 

       ପ୍ରତି ଘରେ କରି ପୂଜା ଅର୍ଚ୍ଚନା,

ମମତାମୟୀ ମାଆ ଶୁଭ ମନାସି 

       କରେ ସଭିଙ୍କ କୁଶଳ କାମନା। 

ମାର୍ଗଶୀର ମାସରେ ପ୍ରଥମାଷ୍ଟମୀ 

         ହୁଏ ପ୍ରଥମ ସନ୍ତାନର ପାଇଁ, 

ପିତାମାତା ଆଶିଷ ଦିଅନ୍ତି ଢାଳି 

       ଶରଧାରେ ମସ୍ତକ ତାର ଛୁଇଁ।

ଚଲାପଥୁ ହଟିଯାଉ ଯେତେ କଣ୍ଟା 

      ପୁଷ୍ପିତ ହେଉ ତା' ଜୀବନ ବୃକ୍ଷ, 

ଯଶ କୀର୍ତ୍ତି ମାନ ଅରଜି ସଂସାରେ 

      ପ୍ରତି କର୍ମେ ହେଉ ନିପୁଣ ଦକ୍ଷ। 

ମାମୁଁଘର ନବ ବସ୍ତ୍ର ପରିଧାନେ 

        ଖାଇ ସୁମଧୁର ଏଣ୍ଡୁରି ପିଠା, 

ପଢୁଆଁ ଭଣଜା ଭାଣିଜୀ ସଭିଏଁ 

        କରନ୍ତି ନିଜ ନିଜ ମୁହଁ ମିଠା। 

ବଳଦେବ ଜୀଉ ପ୍ରଥମ ନନ୍ଦନ 

     ପ୍ରଥମାଷ୍ଟମୀ ପାଳନେ ଅଗ୍ରଗଣ୍ୟ,  

ଶ୍ରୀକ୍ଷେତ୍ର ଆନନ୍ଦେ ଉଠଇ ଉଲ୍ଲସି, 

      ଧର୍ମ ଧାରଣାରେ ମିଳଇ ପୂଣ୍ୟ। 

ପ୍ରଥମାଷ୍ଟମୀ ପାଳନେ ପଢୁଆଁ 

     ପାଏ ବିଶେଷ ସେନେହ ମମତା,

ଏ ଦାନ ର ପ୍ରତିଦାନ ରୂପରେ ସେ 

       କନିଷ୍ଠ ଙ୍କୁ କରେ ଜଗତଜିତା। 

ସଂସ୍କୃତି ମଧ୍ୟରେ ସଭ୍ୟତା ନିହିତ 

     ଜୀବନ ଗଠନେ ଦିଏ ପ୍ରେରଣା,

ସତ୍ୟ କର୍ମନିଷ୍ଠା ଦାୟିତ୍ବ କର୍ତ୍ତବ୍ୟ 

     ମାନବର ଅଟେ ଲକ୍ଷ୍ୟ ଠିକଣା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama