STORYMIRROR

kamal kumar dash

Romance Fantasy

3  

kamal kumar dash

Romance Fantasy

ପ୍ରଥମ ପ୍ରେମର ଚିଠି

ପ୍ରଥମ ପ୍ରେମର ଚିଠି

1 min
389


ପ୍ରଥମ ପ୍ରେମର     ପ୍ରଥମ ଚିଠିଟି 

  ଲେଖୁଛି ଆଜି ତୋ ପାଇଁ 

କହିଥିଲୁ ଯାହା   ମାନେ ରଖିଛୁ ନା 

   ଭୁଲିଗଲୁ କଥା ଦେଇ (1)

ଲେଖିଥିଲି ଯାହା  ତୋ ପାଇଁ କବିତା 

   ପଢୁଛି ଆଜି ମୁଁ ବସି 

ଭାବୁଛି ତୋ କଥା  ଭାବିବିନି ଆଉ 

   ତୁ ମନେପଡୁଛୁ ବେଶି (2)

ଜାଣିନି ମୁଁ ତୋତେ ଭଲ ପାଏ କେତେ 

   ପାରିବିନି କିଛି କହି 

ହେଲେ ମୁଁ ଜାଣିଛି  ତୁମ ବିନା ସାଥି 

   ପାରିବିନି ଏଠି ରହି (3)

ସ୍ମୃତି ସାଉଁଟିଲେ  ବିବଶତା ମିଳେ 

    ମିଳେନି ପ୍ରୀତିର ସୁଖ 

ମଉଳା ଫୁଲରେ  ଅତୀତ ଖୋଜିଲେ 

   ହୁଏ ଖାଲି ମନ ଦୁଃଖ (4)

ଚିଠି ପାଇ ଚିଠି   ଲେଖିବୁ ଭାବୁଛି 

   ବୁଝି ମନ କଥା ମୋର 

ମୋ ହୃଦୟ ବ୍ୟଥା  କିଛି କମିଯିବ 

  ପାଇଲେ ଉତ୍ତର ତୋର (5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance