Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanaranjan Sahoo

Comedy Tragedy

4.8  

Gyanaranjan Sahoo

Comedy Tragedy

ପ୍ରଥମ ଲହଡ଼ି

ପ୍ରଥମ ଲହଡ଼ି

2 mins
205



କରୋନା ଯାଉଛି ମାଡ଼ି

ତମେ କେମିତି ଅଛ ହେ ମଢ଼ି ?

ଦେଖିଲ ତ ତମେ ପ୍ରଥମ ଲହଡ଼ି

ହାୟ ! କେତେ ମୁଣ୍ଡ ଗଲା ଗଡ଼ି !


ବରଷେ ହେଲାଣି ବାମ୍ଫ ନେଇ କିଏ

ଭୂତାଣୁକୁ ଦେଲା ଛାଡ଼ି

ଫୁସ୍ ଫୁସ୍ କରି ବି କହିଲାନି କିଛି

ପରମାଣୁ ବୋମାକୁ କଲା ଅନାଡ଼ି ।


ବୈଜ୍ଞାନିକ ଦେଖେ ଯନ୍ତ୍ରରେ ବସାଇ

ଦୁର୍ଦୁରା ଫଳ ପରି କଣ୍ଟା ସିଏ ଦିଏ ଫୋଡ଼ି

ଟାଙ୍କ ତା’ର ଯଦି ଦିଶୁଥାନ୍ତା ସତେ

ଦିଅନ୍ତି ମୁଁ ଦି ବାଡ଼ି ।


ପାଶ୍ଚାତ୍ୟ ଦେଶରେ ପଡ଼ିଗଲା ହାହାକାର

ଉନ୍ନତ ବିଜ୍ଞାନ ହଠାତ୍ ପାଇଲାନି ଉପଚାର

ଲୋକମାନେ ନିତି ହୁଅନ୍ତି ଶୀକାର

ଚାହୁଁ ଚାହୁଁ ବିଶ୍ୱ ହୋଇଗଲା ଛାରଖାର ।


ଆମେରିକା ବ୍ରାଜିଲ

ମେକ୍ସିକୋ ବ୍ରିଟେନ ପରି

ଇଟାଲୀ ଋଷିଆ ଫ୍ରାନ୍ସ ଆଦିରୁ

ଲକ୍ଷ ଲକ୍ଷ ଗଲେ ମରି ।


ଚୀନ ଭୂତାଣୁ ଧରାକୁ ଦଂଶିଲା

ଦରଦୀ ଭାରତ ସଞ୍ଜୀବନୀ ବାଣ୍ଟୁଥିଲା

ଦେଖୁ ଦେଖୁ ଏଣେ ମହାମାରୀ ବ୍ୟାପି

ନିଜ ଅଭ୍ୟନ୍ତର ଉଥଳ ପୁଥଳ ହେଲା ।


ଟୁଇଟର ଯୁଦ୍ଧେ ରାଜନୀତି ନେତା

ଅବସର ନ ଛାଡ଼ିଲା

ଏମନ୍ତେ ଭୂତାଣୁ ମରିବ କ’ଣ

ରାଜନୀତି ବୁଝି ଫୁଲ ଫଳ ଧରିଗଲା ।


ଘରୁ ବାହାରିଲେ ମୁହଁରେ ମାସ୍କ

ଛଅ ଫୁଟ ଦୂରତା ମାନିବା ଉଚିତ ଭଲା

ସାବୁନ ପାଣିରେ ଚାଳିଶ ସେକେଣ୍ଡ

ଦୁଇ ହାତ ଘଷି ଧୋଇବା ଜରୁରୀ ହେଲା ।


ଆରେକ ବାପୁଡ଼ା ସାନିଟାଇଜର

ଘରେ ଘରେ ସ୍ଥାନ ନେଲା

ପାଖେ ରଖି ତାକୁ ବ୍ୟବହାର କଲେ

କରୋନାରୁ ସିଏ ସୁରକ୍ଷା ପ୍ରଦାନ କଲା ।


ସରକାର ଦ୍ବାରା ସଚେତନ ବାର୍ତ୍ତା

ପ୍ରଚାର ପ୍ରସାର ହେଲା

ବୁଦ୍ଧିଜୀବୀଙ୍କ ପ୍ରଖର ଚେଷ୍ଟାରେ

ଜନତା ସୁଧାର ହେଲା ?


ଅମାନିଆ ପାଇଁ ପ୍ରଶାସନ ଯାହା

ଜରିମାନା ଠିକ୍ କଲା

ଡରିବା ତ ତାଙ୍କ ଜାତକରେ ନାହିଁ

ପକେଟ ଖୁଲମ୍ ଖୋଲା ।


ଜଗାଜଗି କରି ରସିଦ୍ କାଟିକି

ପୁଲିସ ହେଲା ଘାଇଲା

କରୋନା ଯୋଦ୍ଧା ନାମେ ଉତ୍-ଫୁଲ୍ଲ ହୋଇ

ତହବିଲ୍ ପାଇଁ କୋଟି କୋଟି ବଢ଼ାଇଲା ।


କଣ୍ଟେନମେଣ୍ଟ ଲକଡାଉନ ସଟଡାଉନ

ଅବଧି ବଢ଼ି ଚାଲିଲା

ଗ୍ରାମ୍ୟ ଜୀବନ ବଞ୍ଚାଇବା ପାଇଁ

ସରପଞ୍ଚ ଭାଇ ଜିଲାପାଳ ହୋଇଗଲା ।


ସ୍କୁଲ କଲେଜ ବିଶ୍ୱବିଦ୍ୟାଳୟେ

ପାଠପଢ଼ା ବନ୍ଦ ହେଲା

ଅନ୍-ଲାଇନରେ କି ପାଠ ପଢ଼ିଲେ ?

ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଢିଲା ହେଲା ।


କଳକାରଖାନା ଦୋକାନ ବଜାର

ଗାଡ଼ି ଘୋଡ଼ା ବନ୍ଦ ହେଲା

ଦାଦନ ଶ୍ରମିକ ଗରିବ ଗୁରୁବା

ବଡ଼ ହନ୍ତ ସନ୍ତ ହେଲା ।


ଭୋକ ଉପାସରେ ପିଲାଛୁଆ ଧରି

ବଞ୍ଚିବ ମରିବ କିଛି ନ ବିଚାରି

ସଂକ୍ରମଣକୁ ଖାତିର ନକରି

ଘରମୁହାଁ ହେଲା ଭାଗ୍ୟକୁ ଆଦରି ।


ପ୍ରବାସୀଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର

ଗାଆଁ ଗାଆଁରେ ଖୋଲିଲା

କେତେକ ଅବୁଝା ଗଳାବାଟ ଦେଇ

ଯାଞ୍ଚ ଏଡ଼ାଇ ଘରେ କରୋନା ବାଣ୍ଟିଲା ।


ଜୀବନ ଜୀବିକା ଦୋଛକିରେ ପଡ଼ି

ପ୍ରଶାସନ ଅନିକିଳି ହୁଗୁଳିଲା

ଡାକ୍ତରଖାନାରେ ହାଉଯାଉ ରୋଗୀ

ଖଟିଆ ସପନ ହେଲା ।


ଡାକ୍ତର ସେବିକା ସ୍ୱାସ୍ଥ୍ୟକର୍ମୀ ଆଶା

ଅଙ୍ଗନବାଡ଼ି ଦିଦି ସଫେଇକର୍ମୀଙ୍କୁ ଦେଖ

ଏଇ ଦୁର୍ଦ୍ଦିନରେ ଘରଦ୍ୱାର ଭୁଲି

ସେବା କରିବାକୁ ହେଲେ କି କେବେ ବିମୁଖ ?


ଘଣ୍ଟ ଘଣ୍ଟା ଥାଳି ଦେଇ ହୁଳହୁଳି

କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେଲା ଜନତା

ପ୍ରାଣବଳି ଦେଇ ଅନେକ ଚାଲିଲେ

ବଞ୍ଚାଇବା ପାଇଁ ଧରାରେ ଜୀବନ ସତ୍ତା ।


ବାଉଁଶ ବାନ୍ଧିକି ଜଗିଲେ ଲୋକଙ୍କୁ

କରୋନା କି କିଳି ହେଲା

ସଂକ୍ରମଣ ମୃତ୍ୟୁ ତଥ୍ୟ ଛପାଛପି

କାଦୁଅ ଫିଙ୍ଗାରେ ତା’ର ଡାଳପତ୍ର କଅଁଳିଲା ।



Rate this content
Log in