STORYMIRROR

Sudhir Kumar Panda

Abstract

2  

Sudhir Kumar Panda

Abstract

ପ୍ରତାରଣା

ପ୍ରତାରଣା

1 min
306

ସାଥି ହୋଇ ଜଗାଇଲ ପ୍ରେମର ଭାବନା

ସପନରେ ଦେଖାଇଲ କେତେ ସମ୍ଭାବନା

ସେଇ ସମ୍ଭାବନା ଥିଲା ଜୀଇଁବାର ବାଟ

ତୁମ ସୌହାର୍ଦ୍ଦ୍ୟତା ମୋତେ କରିଲା ଉଚ୍ଚାଟ


ସାଥିଟିଏ ବନ୍ଧୁଟିଏ ଅତି ଆପଣାର

ପରଷ୍ପର ମଧ୍ୟେ ଥିଲା ସମ୍ବନ୍ଧ ଅପାର

ଗଢିଥିଲେ ସ୍ବପ୍ନ ସୌଧ ହୋଇ ଆନମନା

ଥିଲା ପ୍ରତିଶ୍ରୁତି ଆଉ ଥିଲା ଆଶ୍ବାସନା


ସବୁ କିବା ଥିଲା ଏକ ଅଳୀକ ବାସନା

କେଉଁ ଉପାଦାନେ ସବୁ ହୋଇଗଲା ଚୂନା

ତୁମରି ଠାରୁ ତ କିଛି ନ ଥିଲା ମୋ ଆଶା

କେମିତି ପାରିଲ ଭାଙ୍ଗି ମୋର ଏ ଭରଷା


କେଉଁ ସମ୍ପର୍କରେ ଏବେ ହେବ ଏହା ଗଣା

କୁହ କିମ୍ପା ବିଶ୍ବାସରେ ଦେଲ ପ୍ରତାରଣା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract