ପ୍ରତାରଣା
ପ୍ରତାରଣା
ସାଥି ହୋଇ ଜଗାଇଲ ପ୍ରେମର ଭାବନା
ସପନରେ ଦେଖାଇଲ କେତେ ସମ୍ଭାବନା
ସେଇ ସମ୍ଭାବନା ଥିଲା ଜୀଇଁବାର ବାଟ
ତୁମ ସୌହାର୍ଦ୍ଦ୍ୟତା ମୋତେ କରିଲା ଉଚ୍ଚାଟ
ସାଥିଟିଏ ବନ୍ଧୁଟିଏ ଅତି ଆପଣାର
ପରଷ୍ପର ମଧ୍ୟେ ଥିଲା ସମ୍ବନ୍ଧ ଅପାର
ଗଢିଥିଲେ ସ୍ବପ୍ନ ସୌଧ ହୋଇ ଆନମନା
ଥିଲା ପ୍ରତିଶ୍ରୁତି ଆଉ ଥିଲା ଆଶ୍ବାସନା
ସବୁ କିବା ଥିଲା ଏକ ଅଳୀକ ବାସନା
କେଉଁ ଉପାଦାନେ ସବୁ ହୋଇଗଲା ଚୂନା
ତୁମରି ଠାରୁ ତ କିଛି ନ ଥିଲା ମୋ ଆଶା
କେମିତି ପାରିଲ ଭାଙ୍ଗି ମୋର ଏ ଭରଷା
କେଉଁ ସମ୍ପର୍କରେ ଏବେ ହେବ ଏହା ଗଣା
କୁହ କିମ୍ପା ବିଶ୍ବାସରେ ଦେଲ ପ୍ରତାରଣା
