Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ପ୍ରଶ୍ନ ପାଇଁ ଉତ୍ତରଟିଏ

ପ୍ରଶ୍ନ ପାଇଁ ଉତ୍ତରଟିଏ

1 min
136


ପ୍ରଶ୍ନ ପାଇଁ ଉତ୍ତରଟିଏ

ରହିଥାଏ ଖଞ୍ଜା ନିଶ୍ଚେ

ଚେତନ ମନରେ 

ଉତ୍ତରର ଯଥାର୍ଥତା

ଶୁଣିବାକୁ ବ୍ୟଗ୍ର ସିନା ପ୍ରଶ୍ନକାରୀ

ମାତ୍ର କର୍ଣ୍ଣ

ଭିନ୍ନ ଭିନ୍ନ ଉତ୍ତର ଶ୍ରବଣ କରେ ।


ସରଳ ପ୍ରଶ୍ନରେ

ସରଳ ସଠିକ୍ ଉତ୍ତର

ଜଟିଳ ପ୍ରଶ୍ନ

ମନକୁ କରେ ଆନ୍ଦୋଳିତ

ଖୋଳତାଡ଼ ନିଜ ମନରେ

ବହି ପୃଷ୍ଠା ପରେ ପୃଷ୍ଠା ଓଲଟାଇବା

ଆକୁ ତାକୁ ପଚାରିବା

ସମସ୍ତ ଜ୍ଞାନସିନ୍ଧୁକୁ ଘାଣ୍ଟି ଚକଟି ପକାଇବା

କେବଳ କରେ ଅନୁସନ୍ଧିତ୍ସୁ ମନ

ଏମିତି ସଠିକ୍ ଉତ୍ତର ନ ଜାଣିଲା ପର୍ଯ୍ୟନ୍ତ

ରହେ ଅସ୍ଥିର ଅମୀମାଂସିତ ।


ଜାଣିଗଲା ପରେ ଆହା ! କି ଆନନ୍ଦ

ସତେ ମିଳିଗଲା 

ହୀରା ମୋତି ମଣି ମାଣିକ୍ୟାଦି ରତ୍ନ 

ଉଭୟ ଖୁସି ଅପ୍ରମିତ ।


ଚେଷ୍ଟା ତ କରନ୍ତି ସମସ୍ତେ 

ହୁଅନ୍ତୁ ସଫଳ ବା ଅସଫଳ

ମାତ୍ର ଏମିତି ବି ପ୍ରଶ୍ନ ଅଛି

ଯାହାର ଉତ୍ତର କେହି ବି ଦେବାକୁ

ସକ୍ଷମ ନୁହନ୍ତି ଏ ଧରାଧାମରେ

ଯେମିତି ଆଗ ବୃକ୍ଷ ନା ଫଳ ?



Rate this content
Log in

Similar oriya poem from Inspirational