STORYMIRROR

Nrusingha Narayan Triphathy

Inspirational Others

3  

Nrusingha Narayan Triphathy

Inspirational Others

prompts 12-ଅବୁଝା ଝିଅ

prompts 12-ଅବୁଝା ଝିଅ

1 min
163


                                                              ସରଳ ନିରୀହ ସୁନ୍ଦର କନ୍ୟା ସେ 

        କଥା ତାର ସୁମଧୁର 

    ତାହା ପାଇଁ ସିନା ପ୍ରାସାଦ ଟି ଲାଗେ 

        ସତେ ଅବା ସ୍ୱର୍ଗପୁର l


    ଦୟା ପ୍ରେମ ସେବା ଗୁଣରେ ଭୂଷିତା 

       ରୂପ ତା ସ୍ୱର୍ଣ୍ଣିମ ଚମ୍ପା 

    ଆଶା ଭରଷା ତା ଭସା ବାଦଲ ଟା 

       ମନ ତା ଶୂନ୍ୟ ଫୋଟକା l


    ଅଙ୍କା ବଙ୍କା ଚାଲି ମନ୍ଦ ମନ୍ଦ ଭାଷି 

       ଜହ୍ନ ରାଇଜର ପରୀ 

    ଛନ ଛନ ମନ ତେରେଛା ଚାହାଣି 

       ସ୍ବପ୍ନ ତାର ଅସୁମାରୀ l


    ଅଳପ ବୟସୀ ମଧୁର ଭାଷିନୀ 

       ରୂପ ରେ ଆଷାଢ଼ କଇଁ 

    ସାଙ୍ଗ ସାଥି ମେଳେ ଖେଳେ ହସି ହସି 

       ତାରା ମଧ୍ୟେ ଯେହ୍ନେ ଶଶୀ l


    ବାପା ମାଆ ବନ୍ଧୁ ଶ୍ରଦ୍ଧା ରେ ଚିଡ଼ାନ୍ତି 

       କନ୍

ୟା ତୁ ପର ଘରକୁ 

   ପରିବେଶେ ଦେଖେ ଝିଅ ର ବିବାହ 

        ଯାଏ ସେ ପର ଦେଶକୁ l


    ଯୌବନେ ଖସଡ଼ା ଅମଙ୍ଗ ମନଟା 

        ନା ନା ଚିନ୍ତା କରି ବସେ 

    ରୂପରେ ସୁନ୍ଦର ଅବା କଦାକାର 

        ଦେଖି ତା ମନଟା ଖସେ l


     ବନ୍ଧୁ ପରିଜନ ଆତ୍ମୀୟ ସୋଦର 

        ଦୁଃଖେ ହୁଅନ୍ତି ଆତୁର 

     ସଭ୍ୟ ସମାଜର ବିନ୍ଧାଣି ବିଚିତ୍ର 

        କରେ ଜୀବନ୍ତ ସତ୍କାର l


     ପ୍ରଥା କଥା ସବୁ ପୁରୁଣା କାଳର 

        ଏବେ ବି ଲାଗେ ଜୀବନ୍ତ 

     ଶିକ୍ଷା ଦୀକ୍ଷା ରୀତି ସବୁ ଏବେକାର 

        ଏହି ତ ସତେ ବିଚିତ୍ର l


   ନ ହୋଇ ଉନ୍ମାଦେ ବ୍ୟତିବ୍ୟସ୍ତ ମନେ 

        ଜୀବନ ଟା ବାରେ ଦେଖ 

   ଜୀବନଟା ନୁହେଁ ବୋହୂଚୋରି ଖେଳ 

       ମୂଲ୍ୟବୋଧ ଟିକେ ହେଜ l


   ଶିକ୍ଷା ସଚେତନ ହୋଇ ଯେ ସଭିଏଁ 

       ଭବିଷ୍ୟତ ବାରେ ଚିନ୍ତ 

    ଭାଇ ବନ୍ଧୁ ଭଗ୍ନୀ ସ୍ନେହ ର ମମତା 

       ହୃଦୟ ରେ ସଦା ରଖ l


Rate this content
Log in

Similar oriya poem from Inspirational