Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ପରମାତ୍ମା ଙ୍କ ପ୍ରାଣ ପ୍ରତିଷ୍ଠା

ପରମାତ୍ମା ଙ୍କ ପ୍ରାଣ ପ୍ରତିଷ୍ଠା

1 min
13



ବିଶ୍ବରେ ଚଳନ୍ତି ଚର୍ଚ୍ଚିତ ଖବର

ଶୁଣ ସର୍ବେ ମନ ଦେଇ

ଭବ୍ୟ ମନ୍ଦିର ନିର୍ମାଣ ହୋଇଅଛି

ପୁରୁଷୋତ୍ତମଙ୍କ ପାଇଁ

ମନ୍ଦିରରେ ବିଗ୍ରହ ସ୍ଥାପନ ପରେ

ପ୍ରାଣ ପ୍ରତିଷ୍ଠା ଉତ୍ସବ

ସାଧୁ ସନ୍ଥ ପଦାର୍ପଣ ପରେ ପରେ

ଭବ୍ୟ ସମାରୋହ ହେବ

ଅଯୋଧ୍ୟା ଜନ୍ମିତ ଶ୍ରୀରାମ ଆସିବେ

ଭ୍ରାତା ପତ୍ନୀ ସାଥେ ଧରି

ଜୟ ଶ୍ରୀରାମ ଧ୍ଵନି ରେ କମ୍ପୁଅଛି

ପ୍ରିୟ ଅଯୋଧ୍ୟା ନଗରୀ

ମନ୍ଦିର ନିର୍ମାଣ ବିବାଦ ଘେରରେ

ଜାଣି ବିଶ୍ଵସ୍ଥ ସୂତ୍ରରୁ

ଅନିର୍ଦିଷ୍ଟ କାଳ ଠିକଣା ବିହୀନ

ବୋଧେ ବାଦ ବିବାଦରୁ

ଜୟ ଶ୍ରୀରାମଙ୍କ ଜୟ ଧ୍ୱନି ଶୁଣି

ଶେଷ ହେଲା ବନବାସ

ନିଜ ଘରେ ସପରିବାର ସହିତ

ଶ୍ରୀରାମ କରିବେ ବାସ

ନିର୍ବାସନ ସମୟ ସମାପ୍ତ ପରେ

ରାମ ଆସୁଛନ୍ତି ଫେରି

ସଜେଇ ହୋଇଛି ଅଯୋଧ୍ୟା ନଗରୀ

ବାଜୁଅଛି ତୂରୀ ଭେରୀ

ମଣିଷ କୃତ ମନ୍ଦିରେ ଦିଅଁ ଉଭା

ପରେ ପ୍ରାଣ ର ପ୍ରତିଷ୍ଠା

ପରମାତ୍ମା ଙ୍କ ପ୍ରାଣ ଅଛି କେଉଁଠି

କାହାର ଅଛି ସେ ନିଷ୍ଠା?

ବୋଧେ ରାବଣର ରାଜୁତି ଚାଲିଛି

ତେଣୁ ଆସିବେ ଶ୍ରୀରାମ

ରାମ ରାଜ୍ୟ ସତେ ହେବ କି ,ଏ ଦେଶ

ଶୁଣି ହୁଏ ମତିଭ୍ରମ

ଧର୍ମ ନାମେ ରାଜନୀତି ବ୍ୟବସାୟ

ମଣିଷର ଏ ଚକ୍ରାନ୍ତ

ଶ୍ରୀରାମ ଅଦୃଶ୍ୟ ଆକାରେ ଅଛନ୍ତି

ମନ୍ଦିର ନାମକୁ ମାତ୍ର

ମନ ଭିତରେ ଅଯୋଧ୍ୟା ଅଛି ଦେଖ

ଭକ୍ତି ରେ କୁହ ଶ୍ରୀରାମ

ମନରେ ରାମ ରାଜ୍ୟର ଅନୁଭବ

ସର୍ବାଗ୍ରେ ଏକାନ୍ତ କାମ୍ୟ ।।


Rate this content
Log in

Similar oriya poem from Abstract