STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ପରମାତ୍ମା ଙ୍କ ପ୍ରାଣ ପ୍ରତିଷ୍ଠା

ପରମାତ୍ମା ଙ୍କ ପ୍ରାଣ ପ୍ରତିଷ୍ଠା

1 min
9


ବିଶ୍ବରେ ଚଳନ୍ତି ଚର୍ଚ୍ଚିତ ଖବର

ଶୁଣ ସର୍ବେ ମନ ଦେଇ

ଭବ୍ୟ ମନ୍ଦିର ନିର୍ମାଣ ହୋଇଅଛି

ପୁରୁଷୋତ୍ତମଙ୍କ ପାଇଁ

ମନ୍ଦିରରେ ବିଗ୍ରହ ସ୍ଥାପନ ପରେ

ପ୍ରାଣ ପ୍ରତିଷ୍ଠା ଉତ୍ସବ

ସାଧୁ ସନ୍ଥ ପଦାର୍ପଣ ପରେ ପରେ

ଭବ୍ୟ ସମାରୋହ ହେବ

ଅଯୋଧ୍ୟା ଜନ୍ମିତ ଶ୍ରୀରାମ ଆସିବେ

ଭ୍ରାତା ପତ୍ନୀ ସାଥେ ଧରି

ଜୟ ଶ୍ରୀରାମ ଧ୍ଵନି ରେ କମ୍ପୁଅଛି

ପ୍ରିୟ ଅଯୋଧ୍ୟା ନଗରୀ

ମନ୍ଦିର ନିର୍ମାଣ ବିବାଦ ଘେରରେ

ଜାଣି ବିଶ୍ଵସ୍ଥ ସୂତ୍ରରୁ

ଅନିର୍ଦିଷ୍ଟ କାଳ ଠିକଣା ବିହୀନ

ବୋଧେ ବାଦ ବିବାଦରୁ

ଜୟ ଶ୍ରୀରାମଙ୍କ ଜୟ ଧ୍ୱନି ଶୁଣି

ଶେଷ ହେଲା ବନବାସ

ନିଜ ଘରେ ସପରିବାର ସହିତ

ଶ୍ରୀରାମ କରିବେ ବାସ

ନିର୍ବାସନ ସମୟ ସମାପ୍ତ ପରେ

ରାମ ଆସୁଛନ୍ତି ଫେରି

ସଜେଇ ହୋଇଛି ଅଯୋଧ୍ୟା ନଗରୀ

ବାଜୁଅଛି ତୂରୀ ଭେରୀ

ମଣିଷ କୃତ ମନ୍ଦିରେ ଦିଅଁ ଉଭା

ପରେ ପ୍ରାଣ ର ପ୍ରତିଷ୍ଠା

ପରମାତ୍ମା ଙ୍କ ପ୍ରାଣ ଅଛି କେଉଁଠି

କାହାର ଅଛି ସେ ନିଷ୍ଠା?

ବୋଧେ ରାବଣର ରାଜୁତି ଚାଲିଛି

ତେଣୁ ଆସିବେ ଶ୍ରୀରାମ

ରାମ ରାଜ୍ୟ ସତେ ହେବ କି ,ଏ ଦେଶ

ଶୁଣି ହୁଏ ମତିଭ୍ରମ

ଧର୍ମ ନାମେ ରାଜନୀତି ବ୍ୟବସାୟ

ମଣିଷର ଏ ଚକ୍ରାନ୍ତ

ଶ୍ରୀରାମ ଅଦୃଶ୍ୟ ଆକାରେ ଅଛନ୍ତି

ମନ୍ଦିର ନାମକୁ ମାତ୍ର

ମନ ଭିତରେ ଅଯୋଧ୍ୟା ଅଛି ଦେଖ

ଭକ୍ତି ରେ କୁହ ଶ୍ରୀରାମ

ମନରେ ରାମ ରାଜ୍ୟର ଅନୁଭବ

ସର୍ବାଗ୍ରେ ଏକାନ୍ତ କାମ୍ୟ ।।


Rate this content
Log in

Similar oriya poem from Abstract