STORYMIRROR

Sagar Pradhan

Inspirational

2.9  

Sagar Pradhan

Inspirational

ପ୍ରକୃତି ବନ୍ଧୁ

ପ୍ରକୃତି ବନ୍ଧୁ

1 min
13.5K


ଚିର ଜୀବନ୍ତ ଆମ ପ୍ରକୃତି ରାଣୀ

ନଷ୍ଟ କରନି ତୁମେ ଏ କଥା ଜାଣି।

କେଡେ ମନୋହର ଏ ପ୍ରକୃତି ଶୋଭା

ପ୍ରତି ସୃଷ୍ଟି ତାର ଲାଗେ ମନଲୋଭା।

ଝରଣା ତଟିନୀ ତା ବକ୍ଷର ହାର

ଗିରି ବନ ସିନ୍ଧୁ ଅଙ୍ଗେ ଅଳଙ୍କାର।

ସକାଳ ତପନ ଲାଗଇ ସୁନ୍ଦର

ଦେଖିଲେ ପଡେନି ପଲକ ଆଖିର।

ରାତ୍ରୀରେ ଚନ୍ଦ୍ରମା ତାରକା ଗଗନେ

ଦେଖିଲେ ଉଠଇ ଭାବନା ନୟନେ।

ଗିରି ନଦୀ ଝର ତରୁ ଦ୍ରୁମ ଗଣ

ନାନା ଜୀବ ତାର ଦେହେ ବିଚରଣ।

ସମୁଦ୍ରେ ଖେଳାଇ ଉର୍ମି ମାଳ ମାଳ

ଉଡ଼ନ୍ତି ବିହଙ୍ଗ ନଭେ ଦଳ ଦଳ।

ନାନା ପୁଷ୍ପ ଫୁଟି ଗହନ କାନନେ

ବାସକୁ ଛୁଟାନ୍ତି ମିଶିଣ ପବନେ।

ପ୍ରକୃତି ହରାଇଲେ ତା ଗଠନ ବଳ

ଆରମ୍ଭ ହୋଇ ଯିବ ବିନାଶ କାଳ।

ପ୍ରକୃତି ଆମ ପାଇଁ ଜୀବନ ବିନ୍ଦୁ

ତା ସୁରକ୍ଷାରେ ହେବା ପ୍ରକୃତି ବନ୍ଧୁ।

ସାଗର ପ୍ରଧାନ ,ଗଂଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational